କରୋନା ମୁକାବିଲା ସମୀକ୍ଷା କରି ନବୀନଙ୍କ ଅଭୟବାଣୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଦେଇଛନ୍ତି ଅଭୟବାଣୀ । କରୋନା ଚିକିତ୍ସାରେ ଅର୍ଥ ବାଧା ହେବନି । ଅର୍ଥ ଅଭାବରୁ ରାଜ୍ୟର ଜଣେ ହେଲେ ବି କୋଭିଡ୍ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏ ସଂକଟ ସମୟରେ ରାଜ୍ୟ ସରକାର ସବୁ ଦାୟିତ୍ୱ ନେଇଛନ୍ତି । ଓଡ଼ିଶା ଦେଶରେ ଏକମାତ୍ର ରାଜ୍ୟ, ଯେଉଁଠି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ତେଣୁ ରାଜ୍ୟବାସୀ ଭୟଭୀତ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ । କରୋନା ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ କରୋନା ପରିଚାଳନାର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି, କରୋନା ରୋଗକୁ ଆଦୌ ଭୟ କରନାହିଁ । କରୋନା ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀଙ୍କୁ ଖାଇବା, ରହିବା, ଔଷଧ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ତେଣୁ ନିଜର ଚିକିତ୍ସା ପାଇଁ ଆଗେଇ ଆସନ୍ତୁ ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଏଣିକି ସବ୍ଡିଭିଜନ ଓ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ କୋଭିଡ୍ ପରୀକ୍ଷା କରାଯିବ । ଏ ଦିଗରେ ଯଥାଶୀଘ୍ର ଜିଲ୍ଲାପାଳମାନେ କାମ ଆରମ୍ଭ କରିବେ । ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ କୋଭିଡ୍ ପରୀକ୍ଷା ପାଇଁ ସାଧାରଣ ଲୋକଙ୍କୁ ଆଉ ବେଶି ଦୂର ଯିବାକୁ ପଡ଼ିବନି କିମ୍ବା ଲମ୍ବା ଅପେକ୍ଷା କରିବାକୁ ହେବନି । ଅଧିକରୁ ଅଧିକ ନମୁନା ପରୀକ୍ଷା ଦ୍ୱାରା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ।
ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ବୈଠକରେ କୁହାଯାଇଥିଲା, ବୁଧବାର ରାଜ୍ୟରେ ୩୨ ହଜାର ନମୁନା ପରୀକ୍ଷଣ କରାଯାଇଥିଲା । ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟବାସୀଙ୍କୁ ଅପିଲ୍ କରି ନବୀନ କହିଛନ୍ତି, କରୋନାକୁ ମାତ୍ ଦେବା ପାଇଁ ନମୁନା ପରୀକ୍ଷା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ସ୍ୱେଚ୍ଛାକୃତ ଭାବେ ନମୁନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ।
ଲୋକମାନେ ଯେପରି ନିଜ ଆଡ଼ୁ ନମୁନା ପରୀକ୍ଷା ପାଇଁ ଆଗେଇ ଆସିବେ, ସେଥିପାଇଁ ବିଡିଓ ଏବଂ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ଆବଶ୍ୟକ । ସେମାନେ ଏ ଦିଗରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜମାଦାତାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସରକାରୀ ଭାବେ ନିଷ୍ପତ୍ତି ହୋଇଛି ।
ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର ଜିଲ୍ଲାରେ ସଂକ୍ରମଣ ନେଇ ବୈଠକରେ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହ ଏ ୪ ଜିଲ୍ଲା ଉପରେ ଉପରେ ଅଧିକ ଧ୍ୟାନ ଦେବା ନିଦେ୍ର୍ଧଶ ଦେଇଛନ୍ତି । ସ୍ୱଳ୍ପ ଲକ୍ଷଣ ଓ ଲକ୍ଷଣ ବିହୀନ ରୋଗୀଙ୍କୁ ଘରେ ଚିକିତ୍ସା ଯୋଗାଇବା ସହ ରୋଗୀଙ୍କୁ ମେଡିସିନ୍ କିଟ୍ ଓ ଟେଲି ମେଡିସିନ୍ ଯୋଗେ ଡାକ୍ତରୀ ସେବା ଯୋଗାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
କରୋନା ମୁକାବିଲାରେ ରାଜ୍ୟବାସୀଙ୍କ ସହଯୋଗକୁ ବେଶ୍ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଗତ ୫ ମାସ ଧରି ରାଜ୍ୟବାସୀ ସାହସର ସହ କରୋନା ବିରୋଧରେ ଲଢେ଼ଇ ଜାରି ରଖିଛନ୍ତି । ଏହା ହିଁ ଆମକୁ ଉତ୍ସାହଜନକ ସଫଳତା ଦେଇଛି । ଏଥିପାଇଁ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା ତଥା ଜନପ୍ରତିନିଧିମାନଙ୍କ ନିରନ୍ତର ଉଦ୍ୟମକୁ ବି ସେ ଉଚ୍ଚ ପ୍ରଶଂସା କରିଛନ୍ତି ।
ଗତ ୩ ସପ୍ତାହ ଭିତରେ ରାଜ୍ୟରେ ୫ଟି ପ୍ଲାଜ୍ମା ବ୍ୟାଙ୍କ ସ୍ଥାପନ ହୋଇପାରିଛି । ଏହି ଚିକିିତ୍ସା ଜରିଆରେ ରୋଗୀମାନେ ସୁଫଳ ପାଇପାରୁଛନ୍ତି । ଏଥିପାଇଁ ପ୍ରଶାସନ ଓ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, କୋଭିଡ ନିୟନ୍ତ୍ରଣରେ ସାରା ଦେଶରେ ଓଡ଼ିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜମା ଦାନ କରିଛନ୍ତି । ୧୩୨ଜଣ ପ୍ଲାଜମା ଥେରାପିରେ ଚିକିତ୍ସିତ ହେଉଛନ୍ତି । ୧୦ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି । ୯୮ ଜଣଙ୍କ ସ୍ୱାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି ।
ରାଜ୍ୟରେ ଏବେ ସୁସ୍ଥ ହାର ୬୮.୬ଧ ଥିବାବେଳେ ମୃତୁ୍ୟ ହାର ୦.୬୦ଧ ରହିଛି । ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆରଟି-ପିସିଆର ମେସିନ ସ୍ଥାପନ କରିବା ସହ ଲାବ୍ ସଂଖ୍ୟା ବଢ଼ାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଏହି ଅବସରରେ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ସହ ଜିଲ୍ଲାର ସ୍ଥିତି ବାବଦରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଠି ଯାହା ଆବଶ୍ୟକ ସେ ଦିଗରେ ଯତ୍ନବାନ ହୋଇ ନିÂାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏ ବୈଠକରେ ପୁଲିସ ଡିଜି, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ୫ଟି ସଚିବ, ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ସଚିବ ଉପସ୍ଥିିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons