ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ । ତାଙ୍କ ଭୁବନେଶ୍ୱର ଅଫିସ୍, ପଟିଆରେ ଥିବା ଫ୍ଲାଟ୍, ଟଙ୍କପାଣି ରୋଡ଼ ରତ୍ନାକର ବାଗ୍ସ୍ଥିତ ପୈତୃକ ଘର, ବାଲେଶ୍ୱର ଘର ସମେତ ମୋଟ ୬ଟି ସ୍ଥାନରେ ଚଢ଼ଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ଚଢଉ ସମୟରେ ପ୍ରାୟ ୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରଯାଇଛି । ଆହୁରି ମଧ୍ୟ କିଛି ବେଆଇନ୍ ସମ୍ପତ୍ତି ମିଳିବ ବୋଲି ଭିଜିଲାନ୍ସ ଆଶା ରଖିଛି । ସେଥିପାଇଁ ଚଢ଼ଉ ଜାରି ରହିଛି ।
ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ବୁଧବାର ସକାଳୁ ୫ଟି ଟିମ୍ ଚଢ଼ଉ ଆରମ୍ଭ କରିଥିଲା । ଆଉ ୨ ମାସ ପରେ ଶ୍ରୀ ଦାସ ଅବସର ନେଇଥାନ୍ତେ । ସେ କେମିତି ଏତେ ସମ୍ପତ୍ତିର ଅଧିକାରୀ ହେଲେ ତାକୁ ନେଇ ତଦନ୍ତ କରୁଛି ଭିଜିଲାନ୍ସ ।
Comments are closed, but trackbacks and pingbacks are open.