ଘନେଇଲା ଇଣ୍ଡିଗୋ ବିବାଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଶସ୍ତା ବିମାନ ସେବା ପ୍ରଦାନକାରୀ କମ୍ପାନି ଇଣ୍ଡିଗୋ ଏୟାରଲାଇନ୍ସରେ କର୍ପୋରେଟ୍ ଗଭର୍ଣ୍ଣାନ୍ସକୁ ନେଇ ପ୍ରଶ୍ନ ଉଠିଛି । ପରିଚାଳନା ବ୍ୟବସ୍ଥା ଠିକ୍ ନାହିଁ ବୋଲି ଏହାର ଅନ୍ୟତମ ପ୍ରମୋଟର ରାକେଶ ଗଙ୍ଗୱାଲ ବଜାର ନିୟାମକ ସେବି ନିକଟରେ ଫେରାଦ ହୋଇଛନ୍ତି । ଏହାକୁ ନେଇ ଇଣ୍ଡିଗୋର ବିବାଦ ବଢ଼ିଯାଇଛି । ଏହାର ପ୍ରଭାବରେ ବୁଧବାର ଘରୋଇ ଷ୍ଟକ୍ ବଜାରରେ କମ୍ପାନିର ସେୟାର ମୂଲ୍ୟ ୧୯ଧ ହ୍ରାସ ଘଟିଛି । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ (ଏନ୍ଏସ୍ଇ)ରେ ଏହାର ସେୟାର ମୂଲ୍ୟ (କାରବାର ମଝିରେ) ୧୯ଧ ହ୍ରାସ ଘଟି ୧,୨୬୪.୮୫ ଟଙ୍କାକୁ ଖସିଆସିଛି ।
ଇଣ୍ଡିଗୋରେ ଗଙ୍ଗୱାଲଙ୍କର ଅଂଶଧନ ପରିମାଣ ୩୬ଧ ରହିଛି । ସହ ପ୍ରମୋଟର ରାହୁଲ ଭାଟିଆଙ୍କ ଅଂଶଧନ ପରିମାଣ ୩୮ଧ ରହିଛି । ଗଙ୍ଗୱାଲ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ କମ୍ପାନିର ଅଂଶୀଦାରମାନଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତି ଦ୍ୱାରା ଭାଟିଆଙ୍କୁ ଅସ୍ୱାଭାବିକ ଭାବେ ନିୟନ୍ତ୍ରଣ କ୍ଷମତା ମିଳିଛି । ଏହା ନିଶ୍ଚିତପକ୍ଷେ ବେଆଇନ । ଏଥିରେ ସ୍ୱାଧୀନ ନିର୍ଦ୍ଦେଶକଙ୍କୁ ଅଣଦେଖା କରାଯାଉଛି । ଆବଶ୍ୟକ ସଂଖ୍ୟକ ସ୍ୱାଧୀନ ନିର୍ଦ୍ଦେଶକ ନଥିବାରୁ ମନମୁଖି ଭାବେ କାର୍ଯ୍ୟ କରାଯାଉଛି । ଫଳରେ କର୍ପୋରେଟ୍ ଗଭର୍ଣ୍ଣାନ୍ସ ଭୁଶୁଡ଼ିବା ଭଳି ସ୍ଥିତିକୁ ଚାଲିଆସିଛି ବୋଲି ଅଭିଯୋଗ କରିଛନ୍ତି ଗଙ୍ଗୱାଲ ।
କମ୍ପାନିର ଏଭଳି ସ୍ଥିତି ଘଟିବା ଏବଂ ସେୟାର ମୂଲ୍ୟ ୧୯ଧ ହ୍ରାସ ହେବା ପରେ କର୍ମଚାରୀମାନେ ଆଶଙ୍କିତ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନ ନକାରାତ୍ମକ ମନୋଭାବ ସୃଷ୍ଟି ହୋଇଛି । ତେଣୁ କର୍ମଚାରୀଙ୍କୁ ଆଶ୍ୱାସନା ଦେବାକୁ ଯାଇ ସିଇଓ ରଣଜୟ ଦତ୍ତା ସେମାନଙ୍କ ନିକଟକୁ ଚିଠି ଲେଖିଛନ୍ତି । କମ୍ପାନି ପ୍ରମୋଟରଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ ଏବଂ ଏହାକୁ ନେଇ କମ୍ପାନି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି । କମ୍ପାନିର ପରିଚାଳନା ଠିକ୍ ବାଟରେ ଯିବ ବୋଲି ଦତ୍ତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଚିଠିରେ ଦତ୍ତା ଆହୁରି କହିଛନ୍ତି, ଇଣ୍ଡିଗୋର ମିଶନ, ଦିଗ ଏବଂ ଅଭିବୃଦ୍ଧି ରଣନୀତି ଅପରିବର୍ତ୍ତିତ ରହିଛି । ଏହା ଠିକ୍ ବାଟରେ ପରିଚାଳିତ ହେଉଛି । ଏ ବାବଦରେ କୌଣସି ପ୍ରକାର ସନ୍ଦେହ ସୃଷ୍ଟି ହେବା ଉଚିତ ନୁହେଁ । ତେଣୁ କର୍ମଚାରୀମାନେ ସ୍ୱାଭାବିକ ଭାବେ ସେମାନଙ୍କ କାମ କରନ୍ତୁ । ମୁଁ ମଧ୍ୟ ମୋର ସାମର୍ଥ୍ୟ ଅନୁସାରେ ମୋର ଦାୟିତ୍ୱ ନିର୍ବାହ କରିବି । ମୋ ଭଳି ଆପଣମାନେ ନିଜ କର୍ତ୍ତବ୍ୟ କରନ୍ତୁ ବୋଲି ଦତ୍ତା ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons