ଧୋନୀଙ୍କ ପରେ ଅବସର ନେଲେ ସୁରେଶ ରୈନା

Get real time updates directly on you device, subscribe now.

ନୂଆଦିଲ୍ଲୀ : ଏମଏସ ଧୋନୀଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର କେଇ ଘଣ୍ଟା ନଯାଉଣୁ ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ରୈନା ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅବସରର ସୂଚନା ଦେଇଛନ୍ତି। ରୈନା ଲେଖିଛନ୍ତି ମାହି ଆପଣଙ୍କ ସହିତ ଖେଳିବା ବ୍ୟତୀତ ଆଉ କିଛି ନଥିଲା। ପୂରା ହୃଦୟରୁ ଗର୍ବର ସହିତ ମୁଁ ଏହି ଯାତ୍ରାରେ ଆପଣଙ୍କ ସହିତ ଜଡିତ ହେବାକୁ ଚାହୁଁଛି।
୨୦୦୫ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ରୈନା ମଧ୍ୟ କ୍ରମରେ ଏକ ମ୍ୟାଚ୍ ବିଜେତା ଖେଳାଳି ଥିଲେ। ଏହା ସହିତ ସେ କାମଚଳା ସ୍ପିନିଂ ବୋଲିଂ କରିବା ସହିତ ନିଜର ଜବରଦସ୍ତ ଫିଲ୍ଡିଂ ପାଇଁ ଚର୍ଚ୍ଚାରେ ରହୁଥିଲେ। ରୈନା ଭାରତ ପାଇଁ ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ଟି ଟି-୨୦ ଅନ୍ତରାଷ୍ଟ୍ରୀ୍ୟ ମ୍ୟାଚ୍‌ ଖେଳିଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ରୈନା ୭୦୦୦ରୁ ଅଧିକ ରନ କରିଛନ୍ତି।
ସୁରେଶ ରୈନା ଟେଷ୍ଟ କ୍ରିକେଟ୍‌ରେ ୭୬୮ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ। ଦିନିକିଆ କ୍ରିକେଟ୍‌ରେ ରୈନାଙ୍କ ନାମରେ ୫୬୧୫ ରନ ରହିଛି। ଏଥିରେ ୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ। ରୈନାଙ୍କ ଦିନିକିଆରେ ସର୍ବୋଚ୍ଚ ସ୍କୋର ୧୧୬ ରନ ରହିଛି। ଏହି ପରି ୭୮ଟି ଟି-୨୦ ମୁକାବିଲାରେ ମୋଟ୍ ୧୬୦୫ ରନ ରହିଛି। ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons