କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲାରେ ଗତ ସପ୍ତାହ ହେଲା ଲଗାଣବର୍ଷା ଜାରି ରହିଛି । ଲଗାଣବର୍ଷାରେ ଗଛ ଭାଙ୍ଗି ଜାତୀୟ ରାଜପଥ ୨ଘଣ୍ଟା ଧରି ଅବରୋଧ ହେବା ଫଳରେ ୨ଘଣ୍ଟା ଧରି ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ପୌରଞ୍ଚଳ ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥରେ ରବିବାର ସକାଳେ ଏକ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । କୋରାପୁଟ ଓଡ୍ରାଫ୍ ଟିମ ହାବିଲଦାର ଏମ.କେ. ପ୍ରଧାନ, ଆର.କେ. ସାହୁ, ଏମ୍.ଖରା, କନେଷ୍ଟବଳ ଏ.କେ.ପାଣି, ଆର.ସି.ଏଚ ଗୌଡ଼, ଆର.କେ. ତ୍ରିପାଠୀ, ଆର.କୁଜୁର, ଏସ୍.ପଟ୍ଟନାୟକ, ବି.ଏନ.ମିଶ୍ର ପ୍ରମୁଖ ପହଞ୍ଚି ରାସ୍ତା ସଫେଇରେ ସାମିଲ ହୋଇଥିଲେ । ଗଛ କାଟି ସଫେଇ କରାଯିବା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଅନ୍ୟପକ୍ଷେ ବୈପାରିଗୁଡ଼ା ବ୍ଲକରେ ଆଜି ପୁଣି ୨ଟି ଘର ଭାଙ୍ଗିବା ନେଇ ପ୍ରାଥମିକ ରିପୋର୍ଟ ମିଳିଥିବା ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ କହିଛନ୍ତି ।
Comments are closed, but trackbacks and pingbacks are open.