ଯୁବପିଢ଼ି ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନିଅନ୍ତୁ :ସମୀର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ । କରୋନା ସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଦେବା ସହ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ।
ଏ ଅବସରରେ ଶ୍ରୀ ମହାନ୍ତି କହିଲେ, ନବ ଭାରତ ଏବଂ ନୂତନ ଓଡ଼ିଶା ନିର୍ମାଣରେ ଯୁବକମାନଙ୍କ ଯୋଗଦାନ ଅତ୍ୟନ୍ତ ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶର ସମସ୍ତ ଯୁବଶକ୍ତି ଏକତ୍ରିତ ହୋଇ ରାଷ୍ଟ୍ର ନିର୍ମାଣ ସହ ନୂତନ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । ବିଗତ ୬ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଶର ମୂଳଦୁଆକୁ ସୁଦୃଢ଼ କରିଛନ୍ତି । ଗରିବ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ଯୋଜନା ଲାଗୁ ହୋଇଛି । ରାଜ୍ୟ ସରକାର ଏହି ଯୋଜନା ଗୁଡିକୁ ସଫଳ ଭାବେ ରାଜ୍ୟରେ ଲାଗୁ କରନ୍ତୁ ।
କାର୍ଯ୍ୟକ୍ରମରେ ବିଧାୟିକା କୁସୁମ ଟେଟେ, ଉପସଭାପତି ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବରିÂ ନେତା ପ୍ରସନ୍ନ ପଟ୍ଟନାୟକ, ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିରଞ୍ଚି ନାରାୟଣ ତ୍ରିପାଠୀ, ଉମାକାନ୍ତ ପଟ୍ଟନାୟକ, ଦିଲୀପ ମଲ୍ଲିକ, ଶାରଦା ଶତପଥୀ, ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons