ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଖରିଆରରୋଡ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆ) ଅଧ୍ୟକ୍ଷ ବିଭୂତି ଭୁଷଣ ସାହୁ(୫୪) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଶିଳ୍ପ ତାଲିମ କେନ୍ଦ୍ରର ଶିକ୍ଷକ ଭୁପେନ୍ଦ୍ର ମହାନନ୍ଦ(୨୬)ଙ୍କ ଠାରୁ ନଗଦ ୩୦ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା । ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ ଗିରଫ କରି ଭବାନୀପଟଣା ଅଫିସକୁ ନେଇଛି । ଏକକାଳୀନ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ କଟକ ବrିବଜାର ନିକଟ ତାଙ୍କର ପୈତୃକ ବାସଭବନରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗାଁରେ ଭୁପେନ୍ଦ୍ର ମହାନନ୍ଦ ୨୦୧୯ ଅଗଷ୍ଟ ମାସରେ ଖରିଆରରୋଡ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ମେକାନିକାଲ ମୋଟର ଭାଇକିଲ(ଏମଏମଭି) ପିଟିଜିଆଇ ଶିକ୍ଷକ ଭାବେ ଯୋଗଦେଇଥିଲେ । ଏଥିରେ ଏକବର୍ଷ ପାଇଁ ଚୁକ୍ତି ହୋଇଥିଲା । ଗତ ଜୁଲାଇ ମାସରେ ତାଙ୍କର ଚୁକ୍ତି ଶେଷ ହୋଇଥିଲା । ଏହାକୁ ନବୀକରଣ କରିବା ପାଇଁ ସେ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ମହାନନ୍ଦଙ୍କ ଚୁକ୍ତି ସମୟସୀମା ବୃଦ୍ଧି କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ସାହୁ ୫୦ହଜାର ଟଙ୍କା ଦାବି କରିିଥିଲେ । ଏଣୁ ପ୍ରଥମ କିସ୍ତିରେ ସେ ୩୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ଶ୍ରୀ ମହାନନ୍ଦ ଜଣ ଗରିବ ପରିବାରର ହୋଇଥିବାରୁ ବହୁ କଷ୍ଟରେ ୩୦ ହଜାର ଯୋଗାଡ଼ କରିଥିଲେ । ଏହାପରେ ସେ ନୂଆପଡ଼ା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ଆଜି ମଧ୍ୟାହ୍ନରେ ଶିକ୍ଷକ ଶ୍ରୀ ମହାନନ୍ଦ ୬୦ଟି ୫ ଶହ ଟଙ୍କିଆ ନୋଟ ନେଇ ଆଇଟିଆଇ ଅଫିସକୁ ଯାଇଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଚେମ୍ବରକୁ ଯାଇ ସେ ୩୦ ହଜାର ଟଙ୍କା ଦେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ ଧରିଥିଲା । ଏହାପରେ ଶ୍ରୀ ସାହୁଙ୍କୁ ଅଧିକ ତଦନ୍ତ ପାଇଁ ଜିଲ୍ଲା ଭିଜିଲାନ୍ସ ଅଫିସକୁ ଆଣିଥିଲେ । ଅପରାହ୍ନରେ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ନେଇଥିଲେ । ଅଧିକ ତଦନ୍ତ ପରେ ଭିଜିଲାନ୍ସ କୋର୍ଟରେ ହାଜିର କରାଯିବ ବୋଲି ଜୟପୁର ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଟିମରେ ନବରଙ୍ଗପୁର ଭାରପ୍ରାପ୍ତ ଡିଏସପି କଳାବତୀ ବାଗ, ନୂଆପଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, ନବରଙ୍ଗପୁର ଇନ୍ସପେକ୍ଟର ଭୀମସେନ ପୁଝାରୀ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.