ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସୂଚନା

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଭାରତରେ ବିକାଶକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଯୋଜନାରେ ହିଁ ବାଲେଶ୍ୱର ଜିଲ୍ଲାରେ ବିକାଶ ହୋଇପାରିବ । ରବିବାର ବାଲେଶ୍ୱର ସହରର ଏକ ଘରୋଇ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏପରି ସୂଚନା ଦେଇଛନ୍ତି ।
ସେ କହିଥିଲେ, କରୋନା ବିରୋଧରେ କେନ୍ଦ୍ର ସରକାର ବ୍ୟାପକ ଭାବେ ଲଢେଇ ଜାରି ରଖିଛି । ୧୭୦ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନାରେ ପ୍ୟାକେଜ ଘୋଷଣା କରାଯାଇଛି । ଆତ୍ମ ବିଶ୍ମାସ ଜାଗରଣ ଉଦେ୍ଧଶ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଅର୍ଥ ନୀତିକୁ ସଜାଡ଼ିବା ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଛି । ଜୀବନ ପ୍ରଥମେ ରକ୍ଷା ହେଲେ ଜୀବିକା ରକ୍ଷା ହୋଇ ପାରିବ । ଏହି କାରଣରୁ ଆତ୍ମନିର୍ଭର ଭାରତ ଜରିଆରେ ଜାଗରଣ ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନାରେ ଦେଶର ସମସ୍ତେ ଲାଭାନ୍ୱିତ ହୋଇପାରିବେ ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ, କୁଟୀର ଶିଳ୍ପକୁ ପ୍ରାଧାନ୍ୟ ପାଇଁ ବିଭିନ୍ନ ଯୋଜନାରେ ୪ଶହ ଷ୍ଟେସନ ସହ ଏମ୍ଓୟୁ ହୋଇଛି । ବାଲେଶ୍ୱର ଜିଲ୍ଲାରେ କୁମ୍ଭାର ଚକ, ମହୁ ଚାଷରେ ୨ ହଜାର ଚାଷୀ ଲାଭାନ୍ୱିତ ହେବେ । ବାଲେଶ୍ୱରରେ ମାଛ ମାର୍କେଟ ହବ୍ ହେବ । ସେଥିପାଇଁ ପ୍ରଧାନମନ୍ତ୍ରୀ ୫୦ କୋଟି ବ୍ୟୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ବିକାଶ ପାଇଁ ଗୁରୁତ୍ୱ ଦିଆଯିବ । ଜିଲ୍ଲାରେ ୧୫ଟି ବିବେକାନନ୍ଦ ଆଦର୍ଶ ଗ୍ରାମ ହେବ । ବାଲେଶ୍ୱରରେ ୮ଟି ଡାକ୍ତରଖାନାରେ ଏଟିଏମ୍ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons