୧୬୧ ଆକ୍ଟିଭ୍ କଣ୍ଟାକ୍ଟ ଓ ୧୮ ଯୋଦ୍ଧା ପଜିଟିଭ୍

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ରବିବାର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୧୬୧ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ । ସେହିପରି ୧୮ କୋଭିଡ୍ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ନୂଆ ପ୍ରବାସୀ କେହି ଆକ୍ରାନ୍ତ ହୋଇନାହାନ୍ତି । ଅଗଷ୍ଟ ମାସରେ ଦ୍ୱିତୀୟ ଥର ପାଇଁ କୌଣସି ଦିନରେ କେହି ପ୍ରବାସୀ ପଜିଟିଭ୍ ବାହାରିନାହାନ୍ତି । ଗତ ୫ ତାରିଖରେ ମଧ୍ୟ ପ୍ରବାସୀ ସଂକ୍ରମିତ ସଂଖ୍ୟା ଶୂନ ଥିଲା ।
ବ୍ରହ୍ମପୁରରେ ୨ କୋଭିଡ୍ ଯୋଦ୍ଧା ପଜିଟିଭ୍ଙ୍କ ସମେତ ମୋଟ ୫୦ ସଂକ୍ରମିତ ଠାବ ହୋଇଛନ୍ତି । ଏହାକୁ ବାଦ୍ ଦେଲେ କେବଳ ୪ଟି ବ୍ଲକ୍ରେ ଦୁଇ ଅଙ୍କ ବିଶିଷ୍ଟ ପଜିଟିଭ୍ ବାହାରିଛନ୍ତି । ଖଲିକୋଟରେ ୧୭ ଆକ୍ଟିଭ୍ କଣ୍ଟାକ୍ଟ, ଛତ୍ରପୁରରେ ୧୩ କଣ୍ଟାକ୍ଟ ଓ ଜଣେ ଯୋଦ୍ଧା, ଜଗନ୍ନାଥପ୍ରସାଦରେ ୧୦ କଣ୍ଟାକ୍ଟ ଓ ଜଣେ ଯୋଦ୍ଧା, ରଙ୍ଗେଇଲୁଣ୍ଡାରେ ୧୦ କଣ୍ଟାକ୍ଟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶେରଗଡରେ ଚାରି ଦିନରେ ତୃତୀୟ ଥର ପାଇଁ କେହି ନୂଆ ପଜିଟିଭ୍ ବାହାରି ନାହାନ୍ତି । ସେହିପରି ଗଞ୍ଜାମରୁ ୫ ଯୋଦ୍ଧା ଓ ୨ କଣ୍ଟାକ୍ଟ, କୁକୁଡାଖଣ୍ଡିରୁ ୪ ଯୋଦ୍ଧା, ଭଞ୍ଜନଗରରୁ ୩ ଯୋଦ୍ଧା ଓ ୪ କଣ୍ଟାକ୍ଟ, ବୁଗୁଡାରୁ ଜଣେ ଯୋଦ୍ଧା ଓ ୩ କଣ୍ଟାକ୍ଟ, ସୋରଡାରୁ ଜଣେ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ ବେଲଗୁଣ୍ଠା ଓ ଧରାକୋଟରୁ କେବଳ ଜଣେ ଲେଖାଏଁ କଣ୍ଟାକ୍ଟ ଆକ୍ରାନ୍ତ ରହିଛନ୍ତି । ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ କ୍ଷେତ୍ରରେ ଦିଗପହଣ୍ଡିରୁ ୯, ପାତ୍ରପୁରରୁ ୮, ବେଗୁନିଆପଡା ଓ କବିସୂର୍ଯ୍ୟନଗରରୁ ୬ ଜଣ ଲେଖାଏଁ, ଆସିକା ଓ ଚିକିଟିରୁ ୫ ଜଣ ଲେଖାଏଁ, ପୁରୁଷୋତ୍ତମପୁରରୁ ୪, ହିଞ୍ଜିଳିକାଟୁରୁ ୩, ପୋଲସରାରୁ ୨ ଜଣ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ ଠାବ ହୋଇଛି ।
ରାଜ୍ୟର ମୋଟ ସଂକ୍ରମଣ ସଂଖ୍ୟାରୁ ୨୦.୨୮ ପ୍ରତିଶତ, ମୃତୁ୍ୟ ସଂଖ୍ୟାରୁ ୪୨.୭୨ ପ୍ରତିଶତ, ଆରୋଗ୍ୟ ସଂଖ୍ୟାରୁ ୨୬.୫୫ ଶତକଡା ଓ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାର ୭.୧୩ ଶତକଡା ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ଜିଲ୍ଲାରେ କେବଳ ଅଗଷ୍ଟ ମାସରେ ଏଯାବତ୍ ୫୮୫୬ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ୮୨ ଜଣଙ୍କ ଜୀବନ ଗଲାଣି । ସେହିପରି ୭୩୩୯ ଜଣ ଆରୋଗ୍ୟ ଲାଭ କଲେଣି । ଗଞ୍ଜାମରେ ସୁସ୍ଥ ହାର ୮୭.୪୩ ପ୍ରତିଶତ (ଅଗଷ୍ଟ ୨୩ ସୁଦ୍ଧା ୧୪୪୪୪), ମୃତୁ୍ୟ ହାର ୧.୦୮ ଶତକଡା (୧୭୯ କରୋନା ମୃତୁ୍ୟ ଓ ୮ ସଂକ୍ରମିତଙ୍କ ଅନ୍ୟ ରୋଗରେ ମୃତୁ୍ୟ) ଓ ଆକ୍ଟିଭ୍ ପଜିଟିଭ୍ ହାର ୧୧.୪୮ (୩୨ ତାରିଖ ସୁଦ୍ଧା ୧୮୯୭) ପ୍ରତିଶତ ରହିଥିବା ପ୍ରଶାସନ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons