ଦୋକାନ ତାଲା ଭାଙ୍ଗି ଚୋରି, ୩ ଅଟକ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ଫୁଲବାଣୀ ମାଦିକୁନ୍ଦା ଛକ ଅନନ୍ୟା ମାର୍କେଟରେ ଅନ୍ଧାରର ସୁଯୋଗ ନେଇ ଚୋର ଦଳ ଦୋକାନ ଭାଙ୍ଗି ଲୁଟ କରିଛନ୍ତି । ସେଠାରେ ଥିବା ଗୋଟିଏ ମୋବାଇଲ ଦୋକାନ ସମେତ ଗୋଟିଏ ଷ୍ଟେସନାରୀ ଦୋକାନ ହୋଟେଲ ଏବଂ ଗୋଟିଏ ଗୋଦାମର ତାଲା ଭାଙ୍ଗି ନଗଦ ଟଙ୍କା ଓ ପୁରୁଣା ମୋବାଇଲ ଚୋରି ହୋଇଥିବା ମୋବାଇଲ ଦୋକାନୀ ବିକାଶ ଦିଗାଲ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଫୁଲବାଣୀ ଆଦର୍ଶ ଥାନା ପୁଲିସ ଏକ ମାମଲା ୧୦୭/୨୦୨୦ ରୁଜ୍ୁ କରିବା ସହିତ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ପୁଲିସ କାଚରା ସାହିର ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଫୁଲବାଣୀ ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସହରରେ କୋର୍ଟଛକ, ନଦୀଖଣ୍ଡି ସାହି ସମେତ ଅନ୍ୟାନ୍ୟ ଅଞ୍ଚଳରେ ଦୋକାନ ତାଲା ଭାଙ୍ଗି ଚୋରି ହୋଇଥିଲା । ପୁଲିସ ତଦନ୍ତ କରିବା ପରେ କେତେକ ଚୋରଙ୍କୁ ଗିରଫ କରିଥିବା ଏସଡିପିଓ ମୁର୍ମୁ ସୁଚନା କହିଛନ୍ତି । ଫୁଲବାଣୀର ବିଭିନ୍ନ ମାର୍କେଟ କରୋନା କଟକଣା କବଳରେ ଥିବା ସୁଯୋଗ ନେଇ ଚୋର ଉପଦ୍ରବ ଚଳାଇଛନ୍ତି । ସହରରେ ପୁଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons