ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ହୀରାକୁଦରେ ଯେତିକି ପାଣି ପଶୁଛି, ତାର ଅଧା ନିଷ୍କାସନ ହେଉଛି । ଏବେ ୫ ଲକ୍ଷ ୨୪ ହଜାର କୁ୍ୟସେକ୍ ଜଳ ହୀରାକୁଦକୁ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୮ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୧.୫୬ ଫୁଟ ରହିଛି । ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବାରୁ ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ହୀରାକୁଦ ତଳ ମୁଣ୍ଡରେ ବି ପ୍ରବଳ ମାତ୍ରାରେ ଜଳ ପ୍ରବାହ ଜାରି ରହିଛି । ବରମୂଳରେ ୬.୮୩ ଲକ୍ଷ, ମୁଣ୍ଡଳିରେ ୭.୬୦ ଲକ୍ଷ କୁ୍ୟସେକ୍ ପ୍ରବାହିତ ହେଉଥିବାରୁ ହୀରାକୁଦ ପାଣି ତଳ ମୁଣ୍ଡରେ ମିଶିଲେ, ମହାନଦୀ ଫୁଲିବା ଆଶଙ୍କା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons