କୋରାପୁଟ: କୋରାପୁଟରେ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ୬ଷ୍ଠ ପ୍ଳାଜମା ବ୍ୟାଙ୍କ କୋରାପୁଟରେ ଖୋଲା ଯାଇଛି। ଏସ୍ସିବି, କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲ, ରାଉରକେଲା ଏବଂ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ଖୋଲା ସରିଛି। କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।
Comments are closed, but trackbacks and pingbacks are open.