ଚଳନ୍ତା କାର୍ ମହିଳାଙ୍କୁ ଦୁଷ୍କର୍ମ!

Get real time updates directly on you device, subscribe now.

ଭୁବନେଶ୍ୱର: ଆଇନ୍‌ ସହାୟତା ନାଁରେ ଜଣେ ବ୍ୟକ୍ତି ଅସହାୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଗୁରୁବାର ଦିନ ମହିଳା ଥାନା ପୁଲିସର ଆଶ୍ରୟ ନେଇଛନ୍ତି । ସଂପୃକ୍ତ ବ୍ୟକ୍ତି ମହିଳାଙ୍କୁ ସହର ବୁଲାଇବା ବାହାନାରେ କାର୍‌ ଭିତରେ ଦୁଷ୍କର୍ମ କରିଥିବା ଏତଲା ଦିଆଯାଇଛି ।
ଅଭିଯୋଗ ମୁତାବକ, ମହିଳାଙ୍କ ପୈତୃକ ଘର ଲିଙ୍ଗିପୁରରେ। ୨୦୧୦ ମସିହାରେ ଧଉଳି ଥାନା ଅଧୀନ ସରଦେଇପୁର ଗାଁରେ ତାଙ୍କର ବିବାହ ହୋଇଥିଲା । ୨୦୧୮ ମାର୍ଚ୍ଚରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୂଘର ଲୋକଙ୍କ ଅତ୍ୟାଚାର ସହି ନପାରି ସେ ଲିଙ୍ଗିପୁରସ୍ଥିତ ବାପା ଘରକୁ ପଳାଇ ଆସିଥିଲେ । କିନ୍ତୁ ଶାଶୂ ଘର ଲୋକଙ୍କ ନିର୍ୟାତନା ସରି ନଥିଲା । ମହିଳାଙ୍କୁ ପୁଣି ଫୁସୁଲାଇ ଶାଶୂ ଘରକୁ ନେଇ ଆସିଥିଲେ।
ମହିଳାଙ୍କ ପୁଅକୁ ରଖି ତାଙ୍କୁ ଘରୁ ତଡ଼ି ଦେଇଥିଲେ । ଯାହାକୁ ନେଇ ସରଦେଇପୁର ଗାଁର ଜଣେ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଥିଲେ। ସମ୍ପୃକ୍ତ ବ୍ୟକ୍ତିଜଣକ ପୁଲିସ, ଓକିଲ ଚିହ୍ନା ଥିବା କହି ସମ୍ପୃକ୍ତ ମହିଳାଙ୍କ ଅସହାୟତାର ଫାଇଦା ଉଠାଇଥିଲେ। ମହିଳାଙ୍କୁ କାରରେ ବିଭିନ୍ନ ଜାଗାକୁ ବୁଲାଇ ନେଇଥିଲେ। ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିବା ସହ ତାଙ୍କୁ ରବିଟକିଜ୍‌ ଛକରେ ଛାଡି଼ଦେଇ ପଳାଇଥିଲେ। ଗଲାବେଳେ ମହିଳାଙ୍କୁ ଭୁବନେଶ୍ୱର ଛାଡି ପଳାଇବାକୁ ଧମକ ଦେଇଥିଲେ । ପୁଲିସ କେସ ନମ୍ବର ୪୨/୨୦ରେ ମାମଲା ରୁଜୁ କରିଛି ।
ପୁଲିସ କହିଛି, ଆଜି ମହିଳାଙ୍କ ଡାକ୍ତରୀ ମାଇନା କରାଯିବ । ୧୬୪ ଧାରାରେ ଅଦାଲତରେ ମହିଳାଙ୍କ ବୟାନ ରେକର୍ଡ ହେବ। ଅଭିଯୋଗ ଅନୁସାରେ ସବୁ ଦିଗରୁ ତଦନ୍ତ ଚାଲିଛି। ପ୍ରଥମେ ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚାଲିଛି। ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons