କେନ୍ଦ୍ର ଅନୁମତି ବିନା ରାଜ୍ୟରେ ହେବନି ଲକଡାଉନ୍

Get real time updates directly on you device, subscribe now.

ଭୁବନେଶ୍ୱର/ନୂଆଦିଲ୍ଲୀ,(ବି.ବି.ବୁ୍ୟରୋ): ରାଜ୍ୟ ସରକାରମାନେ କୌଣସି ପରସ୍ଥିତିରେ ମନଇଛା ଲକଡାଉନ୍ ନିଦେ୍ର୍ଧଶ ଜାରି କରିପାରିବେନି । ଲକଡାଉନ୍ କଟକଣା ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହ ଯୋଗାଯୋଗ କରି ଅନୁମତି ନେବାକୁ ହେବ । କେବଳ କଣ୍ଟେନମେଣ୍ଟ ଜୋନରେ ପ୍ରଶାସନ ଲକଡାଉନ୍ ଜାରି କରିପାରିବେ । ଏପରିକି କେନ୍ଦ୍ରର ଅନଲକ୍ ୪ର ମାର୍ଗଦର୍ଶିକାକୁ ମଧ୍ୟ ରାଜ୍ୟ ସରକାର କଡ଼ାକଡ଼ି ପାଳନ କରିବେ । ଏହାକୁ ଏଡ଼ାଇ କେନ୍ଦ୍ରର ଅଗୋଚରରେ କୌଣସି କଟକଣା ଜାରି କରିବା କିମ୍ବା ନିଷ୍ପତ୍ତି ନନେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବାରଣ କରିଛି । ଆସନ୍ତା ପହିଲାରୁ ଦେଶରେ ଅନଲକ୍ -୪ କାର୍ଯ୍ୟକାରୀ ହେବାକୁ ଯାଉଥିଲା ବେଳେ ନୂଆ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ।
ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରାଳୟ ଦର୍ଶାଇଛି ଯେ ରାଜ୍ୟ ସରକାରମାନେ ଏଣିକି କେନ୍ଦ୍ରର ଗାଇଡଲାଇନ ଆଧାରରେ ନିଷ୍ପତ୍ତି ନେବେ । ଏଣିକି ରାଜ୍ୟ ଭିତରେ ହେଉ କିମ୍ବା ଅନ୍ୟ ରାଜ୍ୟକୁ ଯାତାୟତରେ କୌଣସି କଟକଣା ରହିବନି । ଏଥିପାଇଁ ସ୍ୱତନ୍ତ୍ର ଅନୁମତିପତ୍ର ମଧ୍ୟ ଆବଶ୍ୟକ ନାହିଁ । ଦେଶ ଭିତରେ ଯେକୌଣସି ସ୍ଥାନକୁ ଯିବାକୁ ଜଣେ ବ୍ୟକ୍ତିଙ୍କୁ କାହା ଠାରୁ ଆଉ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ । ଅନ୍ଲକ ୪ ରେ କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ କଟକଣାକୁ ଅଧିକ କୋହଳ କରିଛି ।
ଅନ୍ଲକ-୪ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ସହ ବ୍ୟାପକ ବିଚାରବିମର୍ଶ ପରେ ଏହି ମାର୍ଗଦର୍ଶିକା ଜାରି ହୋଇଛି । ସେପ୍ଟେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ । ନୂଆ ମାର୍ଗଦର୍ଶିକା ଅନୁସାରେ ସେପ୍ଟେମ୍ବର ୭ରୁ ଦେଶରେ ପର୍ଯ୍ୟାୟକ୍ରମେ ମେଟ୍ରୋ ସେବା ଆରମ୍ଭ ହେବ । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରଣାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ଏସ୍ଓପି ଜାରି କରାଯିବ ।
ସେପଟେମ୍ବର ୩୦ ଯାଏ ସ୍କୁଲ, କଲେଜ ବନ୍ଦ ରଖିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ତେବେ ବଡ଼କଥା ହେଲା କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିଛି । ମାତ୍ର ସର୍ତ୍ତ ରହିଛି ଏଗୁଡ଼ିକରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ । ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ସେଠାରେ ଥର୍ମାଲ ସ୍କାନିଂ କରାଯିବା ସହିତ ହାତ ଧୋଇବାକୁ ପଡ଼ିବ ନଚେତ ସାନିଟାଇଜର ବ୍ୟବହାର କରିବାକୁ ହେବ । ସେପଟେମ୍ବର ୨୧ରୁ ଏହା କିନ୍ତୁ ଲାଗୁ ହେବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଏଥିପାଇଁ କେବଳ ଅନୁମତି ମିଳିବ ।
ତେବେ ଦେଶରେ ଅନଲାଇନ ଶିକ୍ଷାଦାନ ଜାରି ରହିବ । ଏଥିପାଇଁ ୫୦ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବେ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ପାଠ ବୁଝିବାକୁ ସ୍କୁଲ ଯାଇପାରିବେ । ଏଥିପାଇଁ ଅଭିଭାବକଙ୍କ ଅନୁମତି ସାଙ୍ଗରେ ନେବାକୁ ହେବ । ଦକ୍ଷତା ତାଲିମ କେନ୍ଦ୍ର ଓ ଆଇଟିଆଇ ଖୋଲିପାରିବ । ପିଏଚ୍ଡି କରୁଥିବା ଏବଂ ବୈଷୟିକ ଛାତ୍ରଛାତ୍ରୀମାନେ ପରୀକ୍ଷାଗାରକୁ ଆସି କାମ କରିପାରିବେ । ଏସବୁ ଆସନ୍ତା ୨୧ରୁ ଲାଗୁ ହେବ ।
ସେହିଭଳି ଅନ୍ତରାଷ୍ଟ୍ରୀୟ ଉଡାଣ, ସିନେମା ହଲ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ଓ ଥିଏଟର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ସ୍ତରରେ ଦିଆଯାଇଥିବା ନିଦେ୍ର୍ଧଶ ସମସ୍ତଙ୍କୁ ମାନିବାକୁ ପଡ଼ିବ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ଦୋକାନରେ ମଧ୍ୟ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖିବାକୁ ହେବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ନଜର ରଖିବ । ୬୫ ବର୍ଷରୁ ଊଦ୍ଧ୍ୱର୍ ଓ ୧୦ ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅତି ଜରୁରୀ ନଥିଲେ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।
କରୋନା ମହାମାରୀ ସହ ସତର୍କ ଓ ସାବଧାନର ସହ ବଞ୍ଚିବାକୁ ହେବ । ଏଥିପାଇଁ ଜୀବିକା ସହ ଅର୍ଥନୀତିକୁ ଆଗକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସେପଟେମ୍ବର ପହିଲାରୁ ଅନଲକ୍ ୪ ଲାଗୁ ହେବାକୁ ଯାଉଥିଲା ବେଳେ କେନ୍ଦ୍ର କଟକଣାରେ ବହୁ କୋହଳ ଆଣିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons