ଅର୍ଜୁନ ପୁରସ୍କାର ପାଇଲେ ଦୂତି

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ପବିତ୍ର ଜନ୍ମ ଦିବସ ଏବଂ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାରୁ ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । କୋଭିଡ୍-୧୯ ଯୋଗୁ ପୁରସ୍କାର ଉତ୍ସବକୁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜନ କରାଯାଇଥିଲା । ଦୂତି ଏହି ଉତ୍ସବରେ ସାମିଲ ହେବା ପାଇଁ କୋଲକାତା ଯାଇଥିଲେ । ପୁରସ୍କାର ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା, ସାହସିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ପୁରସ୍କାର ପ୍ରଦାନ କରିଥିଲେ । ମହିଳା ପାରା କ୍ରୀଡ଼ାବିତ୍ ଜୟନ୍ତୀ ବେହେରା ଓ ହକିରେ ଦୀପଗ୍ରେସ ଏକ୍କାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିଛି । ସେମିତି କୋଚିଂ କ୍ଷେତ୍ରରେ ଶ୍ରେÂ ଅବଦାନ ପାଇଁ ଚେସ୍ କୋଚ୍ ସତ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ସାହସିକତା କ୍ଷେତ୍ରରେ ସବିତା ଗିରି ଓ ପୂର୍ଣ୍ଣିମା ଗିରି ପୁରସ୍କୃତ ହୋଇଛନ୍ତି । ସମସ୍ତଙ୍କୁ ମାନପତ୍ର ଓ ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ବିଶ୍ୱ ସ୍ତରରେ ହକିର ‘ହବ୍’ ଭାବେ ପରିଚିତ ଲାଭ କରିଛି । ଆଗକୁ ଆମେ ହକି ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ଆୟୋଜନ କରିବାକୁ ଯାଉଛୁ ।’
ପୁରସ୍କାର ଉତ୍ସବରେ ପାରା ବ୍ୟାଡମିଣ୍ଟନ କୋଚ୍ ଶିବ ପ୍ରସାଦ ଦାସ, ପଦ୍ମିନୀ ରାଉତ, ହୁପି ମାଝୀ, ରାଜଶ୍ରୀ ମହାପାତ୍ର, ମନୀଷା ମେରେଲ, ପ୍ରତ୍ୟାଶା ରାୟଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons