କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥତି କ୍ରମଶଃ ଗମ୍ଭୀର ହେବାକୁ ଲାଗିଛି । ବ୍ରାହ୍ମଣୀ ଅବବାହିକାର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିସାରିଥିବା ବେଳେ ମହାନଦୀର ବିଭିନ୍ନ ସ୍ଥାନରେ ଜଳସ୍ତର ବଢ଼ୁଛି । ଏମିତିକି କେତେକ ସ୍ଥାନରେ ଜଳପତନ ବିପଦସଙ୍କେତ ଛୁଇଁଥିବା ମଧ୍ୟ ଖବର ଆସିିଛି । ଆଜି ଅପରାହ୍ଣରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କେନ୍ଦ୍ରାପଡ଼ାରେ ପହଞ୍ଚô ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟାରେ ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା, ମହାକାଳପଡ଼ା ଓ ଡେରାବିଶ ବ୍ଳକ୍ର ୫୪ଟି ଗ୍ରାମ ପଞ୍ଚାୟତର ପ୍ରାୟ ୧ ଲକ୍ଷ ୨୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ତଳିଆ ଅଞ୍ଚଳରେ ଥିବା ୩ ହଜାର ୬୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ୧୦୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୨ ହଜାର ୬୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟାଯାଇଛି । ବିପନ୍ନଙ୍କୁ ସହାୟତା ଓ ଉଦ୍ଧାର କାର୍ଯ୍ୟ ପାଇଁ ୪ଟି ଲେଖାଏଁ ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ ଓ ୧୨ଟି ଅଗ୍ନିଶମ ବିଭାଗ ଟିମ୍ ପ୍ରସ୍ତୁତ ରଖାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨୨୦ଟି ଯନ୍ତ୍ରଚାଳିତ ଓ ଦେଶୀ ଘରୋଇ ଡଙ୍ଗା ପ୍ରସ୍ତୁତ ହୋଇଛି ବୋଲି ଆଜିକାର ସମୀକ୍ଷା ବୈଠକରୁ ଜଣାପଡିଛି ।
ବିରୂପା ନଦୀର ବନ୍ୟା ଜଳ ଡେରାବିଶ ବ୍ଲକ ଅଧୀନ ବେଣୀପୁର ହାଇସ୍କୁଲ ନିକଟରେ ଘାଇ ସୃଷ୍ଟି କରିଛି । ଫଳରେ ଉଭୟ ଡେରାବିଶ ଏବଂ କେନ୍ଦ୍ରାପଡ଼ା ବ୍ଲକର ୬୦୦ ପରିବାର ବିପନ୍ନ ହୋଇଛନ୍ତି । ଗତକାଲି ଏଠାରେ ପ୍ରାୟ ୧୦ ଫୁଟର ଘାଇ ହୋଇଥିବାବେଳେ ଆଜି ଏହା ୧୦୦ ଫୁଟରେ ପହଞ୍ଚôଲାଣି । ଏନ୍ଡିଆର୍ଏଫ୍ ଟିମ୍ ଆଜି ସନ୍ଧ୍ୟା ସୁଦ୍ଧା ବେଣୀପୁରର ୮ଟି ୱାର୍ଡରୁ ପ୍ରାୟ ୧୦୦୦ ଲୋକଙ୍କୁ ଉଦ୍ଧାର କରିଥିବାବେଳେ ଅନେକ ଛାତ ଉପରେ କିମ୍ବା ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି । ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀରେ ବନ୍ୟା ପାଣି ଛଡାଯିବା ପରେ ଏହି ଜିଲ୍ଲା ଦେଇ ପ୍ରବାହିତ ଲୁଣା, କରାଣ୍ଡିଆ, ଚିତ୍ରୋପôଳା, ପାଇକା ପ୍ରଭୃତି ନଦୀ ଫୁଲି ଉଠିଛି । ବିଭିନ୍ନ ସ୍ଥାନରେ ୯ ଟି ଘଳିଆ ପଡିଥିବା ବେଳେ ସେଗୁଡ଼ିକର ମରାମତି କାମ ଚାଲୁ ରହିଛି ।
Comments are closed, but trackbacks and pingbacks are open.