ସୁସ୍ଥ ହେଲେ ଅମିତ୍ ଶାହ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଇତିମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତେଣୁ ଖୁବଶୀଘ୍ର ଦିଲ୍ଲୀ ଏମ୍ସରୁ ତାଙ୍କୁ ଡିସ୍ଚାର୍ଜ କରାଯିବ । ଶନିବାର ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୋଭିଡ-୧୯ ସଂକ୍ରମଣ ପରବର୍ତ୍ତୀ ଚିକିତ୍ସା ପାଇଁ ଶାହଙ୍କୁ ଅଗଷ୍ଟ ୧୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
୫୫ ବର୍ଷୀୟ ଶାହ ଚଳିତମାସ ୨ ତାରିଖରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା । କିଛିଦିନ ରହିବା ପରେ ୧୪ ତାରିଖରେ ତାଙ୍କର ନମୁନା ରିପୋର୍ଟ କରୋନା ନେଗେଟିଭ୍ ବାହାରିଥିଲା । ଫଳରେ ତାଙ୍କୁ ସେହିଦିନ ଡିସ୍ଚାର୍ଜ କରାଯାଇଥିଲା । କିନ୍ତୁ ୪ ଦିନ ପରେ ଅର୍ଥାତ୍ ଅଗଷ୍ଟ ୧୮ରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଶରୀର ପୀଡ଼ା, ଥକାପଣ ଏବଂ ମୁଣ୍ଡ ବୁଲାଇବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏମ୍ସ ନିଦେ୍ର୍ଧଶକ ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ତାଙ୍କୁ ଚିକିତ୍ସା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons