କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ସହରର ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୧୨ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୫୦ ହଜାର ୭୦୦ଟଙ୍କା, ୧୫ଟି ମୋବାଇଲ ଜବତ କରାଯାଇଛି । ଗିରଫ ଜୁଆଡିଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ କିଛି ବ୍ୟବସାୟୀ ଅଛନ୍ତି । ଟାଉନ ଥନା ଆଇଆଇସି ପୀତବାସ ଧାରୁଆ କହିଛନ୍ତି, କରୋନା କଟକଣା ସମୟରେ ଗୌତମନଗରରେ ଏକ ଭଡ଼ାଘରେ ବେଆଇନ୍ ଜୁଆ ଆଡ଼ା ଚାଲିଥିଲା । ଖବରପାଇ ଆଇଆଇସିଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ, ସବଇନ୍ସପେକ୍ଟର ଚିତ୍ତରଞ୍ଜନ ପ୍ରଧାନ, ଏସଆଇ କିରଣବାଳା ସାମଲ, ଏଏସଆଇ ସନ୍ତୋଷକୁମାର ବାଘ ପ୍ରମୁଖଙ୍କ ସହିତ ଏକ ଟିମ ରବିବାର ସନ୍ଧ୍ୟାରେ ଉକ୍ତ ଘର ଉପରେ ଚଢ଼ଉ କରିଥିଲେ । ଘଟଣା ସ୍ଥଳରୁ ତାସ୍ ସହିତ ଟଙ୍କା ସହ ମୋବାଇଲ ଜବତ କରାଯାଇଛି । ଏନେଇ ଥାନାରେ ୨୫୫/୨୦ରେ ଏକ ମାମଲା ରୁଜୁ କରାଯାଇଛି । ଜୁଆଡ଼ିମାନଙ୍କୁ ଥାନାରୁ ୪୧ ସିଆରପିସିରେ ନୋଟିସ୍ ଦିଆଯାଇ ଛଡ଼ାଯାଇଛି ବୋଲି ଆଇଆଇସି ଶ୍ରୀ ଧାରୁଆ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.