ପଦ୍ମପୁର,(ବି.ବି.ନୁ୍ୟଜ୍): ତମାଖୁ କାରବାର ଅଭିଯୋଗରେ ପଦ୍ମପୁର ପୁଲିସ୍ ଆଜି ଝୁମୁରୁଗୁଡା ମେଡିକାଲ୍ ସାହିର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ସତ୍ୟବାଦୀ ସାହୁ(୫୦) ଓ କୃଷ୍ଣଚନ୍ଦ୍ର ସାହୁ(୩୫) । ସେମାନଙ୍କ ପାଖରୁ ୨୦ ପେଟି ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍ ଆକଳନ କରିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।


Comments are closed, but trackbacks and pingbacks are open.