ବାରିପଦା: ସାଂସଦଙ୍କ ନାଁରେ ଜାଲ ଦସ୍ତଖତ କରି ଧରା ପଡିଲେ ୨ ଠକ। ଏଭଳି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ସାଂସଦ। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଖୋଦ୍ ସାଂସଦ ବିଶ୍ବେଶ୍ବର ଟୁଡୁ। ସାଂସଦଙ୍କ ସହ ରହି ଆସୁଥିବା ୨ ଜଣ ବ୍ୟକ୍ତି ସାଂସଦଙ୍କ ପ୍ୟାଡ୍ ଏବଂ ଦସ୍ତଖତକୁ ଜାଲ କରି ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ଅଧିନରେ ଏକ ରାସ୍ତା କାମକୁ ହେରଫେର୍ କରିବାକୁ ଚେଷ୍ଟା କରିଥିଲେ।
ତେବେ ଏ ସଂପର୍କରେ ଜାଣିବା ପରେ ସାଂସଦ ବାରିପଦା ଟାଉନ ଥାନାରେ ଗତକାଲି ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଆଜି ମୁଖ୍ୟ ଅଭିଯୁକ୍ତ ହେମନ୍ତ କୁମାର ସୋରେନ ଏବଂ ସହଯୋଗୀ ଶୈଳେସ କୁମାର ଗିରିକୁ ପୋଲିସ ଗିରଫ କରିଛି।
Comments are closed, but trackbacks and pingbacks are open.