ଚଣ୍ଡିଖୋଲ : କେଲୁଆ ନଦୀରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଉଡିଆ ପଞ୍ଚାୟତ ମୂଷା ଟିଗିରୀ ଗାଁର ଅମିତ ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ରବିବାର ଦିନ କେଲୁଆ ନଦୀରେ ଶୌଚ ପାଇଁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲା । ଆଜି ଅମିତଙ୍କ ମୃତଦେହ ନଦୀକୂଳରୁ ଠାବ ହୋଇଛି । ଏହାପରେ ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତଦେହ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି ।
Comments are closed, but trackbacks and pingbacks are open.