ସାଇକେଲରେ ଗୋରୁ ଚମଡ଼ା ଚାଲାଣ:ଜଣେ ଅଟକ

Get real time updates directly on you device, subscribe now.

ବାସୁଦେବପୁର : ଗୋରୁ ଚମଡା ଚୋରା ଚାଲାଣ ବେଳେ ବ୍ୟବସାୟୀକୁ ଧରି ଥାନାରେ ଜିମା ଦେଲେ ଲୋକେ । ଘଟଣାଟି ଘଟିଛି ବାସୁଦେବପୁର ପୌରପାଳିକା ମାତାଜି ମଠ ନିକଟରେ । ଦିନକୁ ଦିନ ବାସୁଦେବପୁରରେ ଚୋରା ଗୋରୁ ଚାଲାଣ ଓ ଗୋରୁ ଚମଡା ଚାଲାଣ ବଢ଼ିବାରେ ଲାଗିଛି ।ମଙ୍ଗଳବାର ସକାଳେ ଜଣେ ବ୍ୟବସାୟୀ ନିଜ ସାଇକେଲରେ ବାଲେଶ୍ବର ଜିଲ୍ଲା ବରୀ ଅଞ୍ଚଳରୁ ଗୋରୁ ଚମଡା ଆଣି ବାସୁଦେବପୁର ପୌରପାଳିକା ସାବରପୁର ଅଂଚଳର ଜଣେ ବ୍ୟବସାୟୀଙ୍କୁ ଦେବା ପାଇଁ ଯାଉଥିବା ସମୟରେ ସ୍ଥାନୀୟ ଲୋକ ଖବର ପାଇ ବ୍ୟବସାୟୀଙ୍କୁ ଅଟକାଇଥିଲେ । ପରେ ବ୍ୟାଗ୍ ଭିତରେ ଗୋରୁ ଚମଡା ଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।ପରେ ପୋଲିସ ପହଂଚି ସମ୍ପୃକ୍ତ ବେପାରୀଙ୍କୁ ଥାନାକୁ ଆଣିବା ସହିତ ସାଇକେଲ ସହିତ ଗୋରୁ ଚମଡ଼ାକୁ ଜବତ କରିଛି । ସମ୍ପୃକ୍ତ ବ୍ୟବସାୟୀ ହେଲେ ବାଲେଶ୍ବର ଜିଲ୍ଲା ବରୀ ଅଂଚଳର କରିମ ଖାଁ । ଦୀର୍ଘ ବର୍ଷ ଧରି ସେ ଏହି ଚମଡ଼ାକୁ ବରୀରୁ ଆଣି ସାବରପୁରରେ ଜଣେ ବ୍ୟବସାୟକୁ ଦେଉଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons