ବିବାହର ୪୫ଦିନ ନପୂରୁଣୁ ଚାଲିଗଲା ନବବଧୂଙ୍କ ଜୀବନ

Get real time updates directly on you device, subscribe now.

ଭଦ୍ରକ : ଜୁଲାଇରେ ବାହାଘର, ସେପ୍ଟେମ୍ବରରେ ହତ୍ୟା । ଭାଉଜ ସହ ଅନୈତିକ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା ନୀଳୋକ ଘରପଦା ଗାଁରେ ଘଟିଛି ଘଟଣା । ମୃତକ ନବବଧୁଙ୍କ ନାମ ପଦ୍ମିନୀ ପରିଡା ।
ସୂଚନାଯୋଗ୍ୟ ଯେ, ପଦ୍ମିନୀ ଜୁଲାଇ ମାସ ୧୨ତାରିଖ ରେ ଘରପଦା ଗାଁର ମଧୁସୂଦନ ଦାସଙ୍କୁ ବିବାହ କରିଥିଲେ । ମଧୁସୂଦନ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆସିଛି । ଏହାସହ ପଦ୍ମିନୀଙ୍କୁ ମାନସିକ ଓ ଶାରୀରିକ ଯାତନା ଦିଆଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ସେପଟେ ମଧ୍ୟ ତାଙ୍କୁ ଯୌତୁକ ପାଇଁ ନିର୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ନବବଧୁଙ୍କ ଭାଇ । ଏନେଇ ଥାନାରେ ଲିଖିତ ଏତଲା ଦିଆଯାଇଛି ।
ତେବେ ସମସ୍ତ ଘଟଣା ସମ୍ପର୍କରେ ତାଙ୍କ ଭଉଣୀ ପରିବାର ଲୋକଙ୍କୁ ଅବଗତ କରିଥିଲେ । ଆପୋଷ ସମାଧାନ ହେବା ପୂର୍ବରୁ ପଦ୍ମିନୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବନ୍ତ ପୋଲିସ ନବବଧୁଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି । ମୃତଦେହକୁ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ସେପଟେ ମୃତକଙ୍କ ଶ୍ୱଶୁର ଘର ଲୋକେ ନବବଧୂ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons