ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ସରକାର ୩,୨୦୫ କୋଟି ୬୭ ଲକ୍ଷ ଟଙ୍କା ମୂଲ୍ୟର ୭ଟି ପୁଞ୍ଜିନିବେଶ ପ୍ରସ୍ତାବରେ ମୋହର ଲଗାଇଛନ୍ତି । ଏହି ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟରେ ୨,୪୯୪ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ୯୪ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍ଏଲ୍ଏସ୍ଡବ୍ଲୁ୍ୟସିଏ) ବୈଠକ ଅନୁÂିତ ହୋଇଯାଇଛି । ବୈଠକରେ ରାଜ୍ୟର ମେଟାଲ ଓ ମେଟାଲ ଡାଉନ୍ଷ୍ଟି୍ରିମ୍, ଭିତ୍ତିଭୂମି, ପର୍ଯ୍ୟଟନ ଓ ସିମେଣ୍ଟ କ୍ଷେତ୍ରକୁ ଆସିଥିବା ୭ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ ଓଡ଼ିଶାରେ ନିଜ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ଯୋଜନା ରଖିଛି । ଏହା ଢେଙ୍କାନାଳ ଜିଲ୍ଲା ନିମଡ଼ାରେ ୦.୧୨୫ ଏମ୍ଟିପିଏ କ୍ଷମତାର ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ, ୦.୬ ଏମ୍ଟିପିଏର ପେଲେଟ୍ ପ୍ଲାଣ୍ଟ, ୦.୨୫ ଏମ୍ଟିପିଏର ଏମ୍ଏସ୍ ବିଲେଟ୍ ୟୁନିଟ୍, ୦.୨୫ ଏମ୍ଟିପିଏର ଟିଏମ୍ଟି ଓ ୱିୟାର ରଡ୍ ୟୁନିଟ୍ ସହ ୪୦ ମେଗାୱାଟ୍ର ନିଜସ୍ୱ ବିଦୁ୍ୟତ୍ ପ୍ଲାଣ୍ଟ ସ୍ଥାପନ କରିବ । ଏହି ସମ୍ପ୍ରସାରିତ ପ୍ରକଳ୍ପ ପାଇଁ କମ୍ପାନି ୮୦୧.୮୯ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହାଦ୍ୱାରା ପ୍ରାୟ ୧,୨୧୫ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ।
ଓଡ଼ିଶାରେ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ଜିଏମ୍ ଆଇରନ୍ ଆଣ୍ଡ ଷ୍ଟିଲ କମ୍ପାନିର ୬୦୭ କୋଟି ୫୨ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ବି ଏସ୍ଏଲ୍ଏସ୍ଡବ୍ଲୁ୍ୟସିଏ ମଞ୍ଜୁରି ପାଇଛି । ଏହା ଢେଙ୍କାନାଳ ଜିଲ୍ଲାରେ ୦.୮ ଏମ୍ଟିପିଏର ପେଲେଟ୍ ପ୍ଲାଣ୍ଟ, ୦.୨୩୭୯ ଏମ୍ଟିପିଏର ଡିଆର୍ଆଇ ପ୍ଲାଣ୍ଟ, ୦.୧୯୫ ଏମ୍ଟିପିଏର ବିଲେଟ୍ ୟୁନିଟ୍, ୦.୨୪ ଏମ୍ଟିପିଏର ୱିୟାର ରଡ୍ ମିଲ, ୦.୪୧୬ ଏମ୍ଟିପିଏର ସ୍ଲାଗ୍ ସିମେଣ୍ଟ ଓ ୪୬ ମେଗାୱାଟ୍ର ନିଜସ୍ୱ ବିଦୁ୍ୟତ୍ ପ୍ଲାଣ୍ଟ ସ୍ଥାପନ କରିବ । ଏହି ପ୍ରକଳ୍ପ ୫୯୨ ଜଣଙ୍କୁ କର୍ମନିଯୁକ୍ତି ଯୋଗାଇବ ।
ସେହିଭଳି ଏନ୍ଭିରୋକେୟାର ଇନ୍ଫ୍ରା ସଲୁ୍ୟସନ୍ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ୩.୬ ଏମ୍ଟିପିଏ କ୍ଷମତାର ଏକ ଲୁହାପଥର ପୃଥକୀକରଣ ପ୍ଲାଣ୍ଟ ବସାଇବ । ୬୦ କୋଟି ଟଙ୍କା ପୁଞ୍ଜିନିବେଶରେ ସ୍ଥାପନ ହେବାକୁ ଥିବା ଏହି ପ୍ଲାଣ୍ଟରେ ୧୭୫ ଜଣ ଲୋକଙ୍କୁ ନିଯୁକ୍ତି ମିଳିବ ।
ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସମ୍ବଲପୁର ଜିଲ୍ଲା ଲାପଙ୍ଗରେ ଥିବା ନିଜର ସିପିପି (୯୦୦ ମେଗାୱାଟ୍) ପାଇଁ ଫ୍ଲୁ ଗ୍ୟାସ୍ ଡିସଲ୍ଫରାଇଜେସନ୍ ପ୍ଲାଣ୍ଟ (ଏଫ୍ଜିଡି) ସ୍ଥାପନ କରିବ । ଏଥିପାଇଁ ହିଣ୍ଡାଲ୍କୋ ୬୯୬ କୋଟି ଟଙ୍କା ନିବେଶ କରିବ ଓ ଏହା ୫୦ ଜଣ ଲୋକଙ୍କ ପାଇଁ ଅତିରିକ୍ତ କର୍ମନିଯୁକ୍ତି ଆଣିବ ।
ଲାଇଫ୍ଲାଇନ୍ ମଲ୍ଟିଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଭୁବନେଶ୍ୱରରେ ଏକ ପଞ୍ଚତାରକା ହୋଟେଲ ସ୍ଥାପନ ପାଇଁ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସିଙ୍ଗଲ୍ ୱିଣ୍ଡୋ ଅନୁମୋଦନ ମିଳିଛି । ୧୫୦ କୋଟି ୩୮ ଲକ୍ଷ ଟଙ୍କା ପୁଞ୍ଜିନିବେଶରେ ଖୋଲିବାକୁ ଥିବା ଏହି ହୋଟେଲ ୨୪୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଜେଏସ୍ଡବ୍ଲୁ୍ୟ ସିମେଣ୍ଟ ଯାଜପୁର କଳିଙ୍ଗନଗରରେ ନିଜର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ର କ୍ଷମତାକୁ ଏବେକାର ୧.୨ ଏମ୍ଟିପିଏରୁ ୨.୪ ଏମ୍ଟିପିଏକୁ ବଢ଼ାଇବ । ୪୮୯ କୋଟି ୮୮ ଲକ୍ଷ ଟଙ୍କା ବିନିମୟରେ ସ୍ଥାପନ ହେବାକୁ ଥିବା ଏହି ପ୍ରକଳ୍ପ ୬୮ ଜଣ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ ।
ଯାଜପୁର ସିମେଣ୍ଟ୍ସର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ସମ୍ପ୍ରସାରଣ ପ୍ରକଳ୍ପରେ ମଧ୍ୟ ସିଙ୍ଗଲ୍ ୱିଣ୍ଡୋ ଅଥରିଟି ମୋହର ଲଗାଇଛି । କମ୍ପାନି ଯାଜପୁର କଳିଙ୍ଗନଗରରେ ଥିବା ନିଜର ଗ୍ରାଇଣ୍ଡିଂ ୟୁନିଟ୍କୁ କମ୍ପାନି ଏବେକାର ୦.୫ ଏମ୍ଟିପିଏରୁ ୧.୫ ଏମ୍ଟିପିଏକୁ ବୃଦ୍ଧି କରିବାକୁ ଯୋଜନା ରଖିଛି । ପ୍ରସ୍ତାବିତ ପ୍ରକଳ୍ପରେ ଯାଜପୁର ସିମେଣ୍ଟ୍ସ ୪୦୦ କୋଟି ଟଙ୍କା ନିବେଶ କରିବାକୁ ଥିବା ବେଳେ ଅତିରିକ୍ତ ୧୫୪ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏସବୁ ପୁଞ୍ଜିନିବେଶ ପ୍ରସ୍ତାବରେ ମୋହର ଲଗାଇ ତଥା ନିବେଶକ ଅନୁକୂଳ ପଦକ୍ଷେପ ଜରିଆରେ ଓଡ଼ିଶା ଆଗାମୀ ଦିନରେ ନିବେଶକଙ୍କ ପାଇଁ ସବୁଠୁ ପସନ୍ଦର ରାଜ୍ୟରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । ଏସ୍ଏଲ୍ଏସ୍ଡବ୍ଲୁ୍ୟସିଏ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.