ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ସମବାୟ ସମିତି ଉପସହନିବନ୍ଧକ(ଏଆର୍ସିଏସ୍) ବିଽ୍ୟାଧର ବେହେରାଙ୍କ ନାମରେ ଆସିଛି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ବୁଧବାର ତାଙ୍କ ଢେଙ୍କାନାଳସ୍ଥିତ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ । ଚଢ଼ଉରେ ୧ କୋଟି ୮୦ ଲକ୍ଷ ୨୭ ହଜାର ୬୪ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଢେଙ୍କାନାଳ ସହର ଉପକଣ୍ଠ ମହୀଷାପାଟରେ ଏସ୍ଆର୍ସିଏସ୍ଙ୍କ କାର୍ଯ୍ୟାଳୟ ରହିଛି । ଏଆର୍ସିଏସ୍ ବିଽ୍ୟାଧର ବେହେରା ବେଆଇନ୍ ଭାବେ ଅର୍ଥ ରୋଜଗାର କରୁଥିବା ନେଇ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ରହିଥିଲା । ଅଭିଯୋଗ ଆଧାରରେ ବୁଧବାର ଭୋର୍ରୁ କଟକ ଭିଜିଲାନ୍ସ ଅତିରିକ୍ତ ଏସ୍ପି ବେଣୁଧର ନାୟକଙ୍କ ନେତୃତ୍ୱରେ ବିଽ୍ୟାଧରଙ୍କ ପୈତୃକ ଗ୍ରାମ ଭଽ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ କୁମ୍ଭାରିଆ, ଭୁବନେଶ୍ୱରର ୨ଟି ଜାଗା ଓ ଢେଙ୍କାନାଳର କୋ-ଅପରେଟିଭ୍ ସୋସାଇଟି କାର୍ଯ୍ୟାଳୟରେ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ଚଢ଼ଉରେ ବିଽ୍ୟାଧରଙ୍କ ଭୁବନେଶ୍ୱର ପଟିଆଠାରେ ଥିବା ୩ ମହଲା କୋଠା ଯାହାର ମୂଲ୍ୟ ୯୨ ଲକ୍ଷ, ତା’ ନିକଟରେ ଥିବା ଏକ ଫ୍ଲାଟ୍ ଯାହାର ମୂଲ୍ୟ ୪୦ ଲକ୍ଷ, ଗୋଟିଏ କାର୍ ଓ ଽୁଇଟି ବାଇକ୍ ଯାହାର ମୂଲ୍ୟ ୫ ଲକ୍ଷରୁ ଅଧିକ, ୧୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ଘରର ଆସବାବପତ୍ର ଯାହାର ମୂଲ୍ୟ ୭ଲକ୍ଷରୁ ଊଦ୍ଧ୍ୱର୍, ସୁନାଗହଣା ଯାହାର ମୂଲ୍ୟ ୫ଲକ୍ଷରୁ ଅଧିକ ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୋଟ ୧ କୋଟି ୮୦ ଲକ୍ଷ ୨୭ ହଜାର ୬୪ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତିର ଠାବ ହୋଇଛି । ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୫ଟି ଟିମ୍ ସାମିଲ୍ ଥିଲେ । ଭିଜିଲାନ୍ସ ଅତିରିକ୍ତ ଏସ୍ପି ବେଣୁଧର ନାୟକ, ଡିଏସ୍ପି ଟି. ସ୍ୱାଇଁ, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସ୍ୱାଇଁ ଏବଂ ଅନ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ । ସେହିପରି ଢେଙ୍କାନାଳସ୍ଥିତ କାର୍ଯ୍ୟାଳୟରେ କଟକ ଡିଭିଜନ୍ ଇନିସ୍ପେକ୍ଟର ବିଜୟ କୁମାର ଓରାମ୍ଙ୍କ ନେତୃତ୍ୱରେ ଏଏସ୍ଆଇ ଧନେଶ୍ୱର ବେହେରା, କର୍ମଚାରୀ ପ୍ରଽୀପ କୁମାର ପାତ୍ର ଓ ସୁଭାଶିଷ ବେହେରା ସାମିଲ ଥିଲେ ।
Comments are closed, but trackbacks and pingbacks are open.