ନାବାଳିକା ଶାଳୀ ୪ମାସର ଗର୍ଭବତୀ

Get real time updates directly on you device, subscribe now.

ଭାପୁର : ଫତେଗଡ ଥାନା ଅଞ୍ଚଳରେ ଜନୈକା ନାବାଳିକା ଶାଳୀକୁ ଭିଣୋଇ ଚୋରା ପିରତି କରି ୪ମାସର ଗର୍ଭବତୀ କରିଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଫତେଗଡ ଥାନା ପକ୍ଷରୁ କେସ ନଂ ୧୫୧/୨୦ରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଭିଣୋଇକୁ ପୁଲିସ ଗିରଫ କରି ଥାନାରେ ଅଟକ ରଖିଛି। ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି ।
ମିଳିଥିବା ଖବରଅନୁଯାୟୀ , ଖଣ୍ଡପଡା ବ୍ଲକ ବନମାଳିପୁର ପଞ୍ଚାୟତ ଅଞ୍ଚଳର ଜୈନେକ ନାବାଳିକା(୧୫)କୁ ଗଣିଆ ଥାନା ଅଞ୍ଚଳର ୨୬ ବର୍ଷ ବୟସ୍କ ଭିଣୋଇଙ୍କ ସହିତ ଚୋରା ପିରତି ଚାଲିଥିଲା। ଫଳରେ ନାବାଳିକ ଜଣକ ୪ମାସର ଗର୍ଭବତୀ ହୋଇଥିଲା । ଏ ନେଇ ନାବାଳିକା ଜଣକ ପରିବାରକୁ ଜଣାଇଥିଲା। ଫଳରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ଥାନାଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ। ଉକ୍ତ ଯୁବକ ଜଣକ ସେହି ଗ୍ରାମରେ ବିବାହ କରିଥିବା ବେଳେ ତାର ୨ଟି ଝିଅ ଅଛନ୍ତି। ନାବାଳିକା ଜଣକ ଯୁବକର ଦାଦା ଶ୍ୱଶୁରଙ୍କ ଝିଅ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons