ନାଳରେ ଭାସୁଛି ମୃତଦେହ , ହତ୍ୟା ସନ୍ଦେହ

Get real time updates directly on you device, subscribe now.

ପାଟଣା: ନାଳରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବଲାଣିପଶି ଗାଁ ନିକଟର ଜହ୍ଲେଇ ନାଳରେ ଭାସୁଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ କିଛି ଲୋକ ନାଳ ପଟେ ଯାଉଥିବା ସମୟରେ ଶବ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ତୁରନ୍ତ ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ପରିଚୟ ଅସ୍ପଷ୍ଟ ରହିଛି । ସେହିପରି ମୃତଦେହ ଏଠାକୁ କିପରି ଆସିଲା , ସେନେଇ ଛାନ୍‌ଭିନ୍‌ ଜାରି ରହିଛି । ମୃତଦେହ ବନ୍ୟା ଜଳରେ ଭାସି ଆସି ଏଠାରେ ଲାଗିଥିବା କିମ୍ବା ହତ୍ୟା କରି ଏଠି ପକାଇ ଦେଇଥିବା ଗ୍ରାମବାସୀମାନେ ଅନୁମାନ କରୁଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons