ମୃତ ବ୍ୟକ୍ତିଙ୍କ ନାଁରେ ପାଇଖାନା ଟଙ୍କା ହଡ଼ପ

Get real time updates directly on you device, subscribe now.

ବୋରିଗୁମ୍ମା,(ବି.ବି.ନୁ୍ୟଜ୍): ମୃତ ବ୍ୟକ୍ତିଙ୍କ ନାଁରେ ଶୌଚାଳୟ ଟଙ୍କା ଉଠାଇ ହଡପ କରାଯାଇଛି । ଏପରି କି ଆଧାରକାର୍ଡ ନଥିବା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁରେ ମଧ୍ୟ ଶୌଚାଳୟ ଟଙ୍କା ଉଠାଯାଇ ହଡପ କରାଯାଇଛି । ଶୌଚାଳୟ ନିର୍ମାଣ କରିଥିବା ଲୋକଙ୍କୁ ଦିଆଯାଉନି ଟଙ୍କା । ଅଥଚ ମୃତ ବ୍ୟକ୍ତିଙ୍କ ନାଁରେ କିଭଳି ଟଙ୍କା ଉଠାଯାଇଛି । ଏଭଳି ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କରି ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କଣାଗାଁ ଗ୍ରାମବାସୀ । ତୁରନ୍ତ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ସେମାନେ ଦାବି କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କଣାଗାଁର ଫୁଲମତି ବିଶୋଇଙ୍କ ୧୨ ବର୍ଷ ତଳେ ମୃତୁ୍ୟ ହୋଇଛି । ତାଙ୍କ ନାଁରେ ଶୌଚାଳୟ ଟଙ୍କା ଉଠାଇ ହଡପ କରାଯାଇଛି । କେବଳ ଫୁଲମତି ନାଁରେ ନୁହେଁ, ଗାଁର ରାଧାକୃଷ୍ଣ ବିଶୋଇ ୨୫ ବର୍ଷ ତଳେ ପ୍ରାଣ ହରାଇଛନ୍ତି । ସେହିପରି କେତକୀ ପୂଜାରୀଙ୍କ ୧୪ ବର୍ଷ ତଳେ ମୃତୁ୍ୟ ଘଟି ସାରିଛଇ । ସେମାନଙ୍କ ନାଁରେ ପାଇଖାନା ବିଲ୍ କରାଯାଇ ୧୨ ହଜାର ଟଙ୍କା ଲେଖାଏଁ ଉଠାଇ ହଡପ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗଣେଶ ଚନ୍ଦ୍ର ବିଶୋଇ ଯିଏ ବର୍ତ୍ତମାନ ଶଯ୍ୟାଶାୟୀ ତାଙ୍କ ନାଁରେ ମଧ୍ୟ ପାଇଖାନା ଟଙ୍କା ଉଠାଯାଇଛି । ଆଜି ପର୍ଯ୍ୟନ୍ତ ତାଙ୍କର ଆଧାରକାର୍ଡ ହୋଇନାହିଁ । ବିନା ଆଧାରକାର୍ଡରେ କିଭଳି ପାଇଖାନା ଟଙ୍କା ଉଠାଇ ହଡପ କରାଯାଇଛି ବୋଲି ତାଙ୍କ ପୁଅ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଗାଁର ସବିତା ବିଶୋଇ ଗାଁର ୧୬ଟି ପାଇଖାନା ନିର୍ମାଣ ପାଇଁ ଦାୟିତ୍ୱ ନେଇଥିଲେ । ସେଥିମଧ୍ୟରୁ ୯ଟି ସମ୍ପୂର୍ଣ୍ଣ ହୋଇଛି । ବଳକା ପାଇଖାନା ନିର୍ମାଣାଧୀନ ରହିଛି । ସମ୍ପୂର୍ଣ୍ଣ ହୋଇଥିବା ପାଇଖାନାର ବିଲ୍ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ବି ତାଙ୍କୁ ଟଙ୍କାଟିଏ ହେଲେ ପ୍ରଦାନ କରାଯାଇନାହିଁ । କାମ କରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ବିଲ୍ କରାଯାଇନାହିଁ । ଏଣେ ମୃତ ଓ ଶଯ୍ୟାଶାୟୀ ବ୍ୟକ୍ତିଙ୍କ ନାଁରେ କିଭଳି ପାଇଖାନା ଟଙ୍କା ଉଠାଇ ହଡପ କରାଯାଉଛି ବୋଲି ଗାଁର ଦେବେନ୍ଦ୍ର ବିଶୋଇ, ରାମନାଥ ବିଶୋଇ, ଗିରିଶଙ୍କର ବିଶୋଇ, ନୀଳକଣ୍ଠ ବିଶୋଇ, ସବିତା ବିଶୋଇ, ପୂର୍ଣ୍ଣ ହରିଜନ, କେଶବ ହରିଜନ, ସମାଜସେବୀ ସାବନ ମହାନ୍ତି ପ୍ରମୁଖ ବିଡିଓଙ୍କୁ ଘେରାଉ କରିବା ସହ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ୪ଦିନ ଭିତରେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରଣୟ ରଞ୍ଜନ ବେହେରା ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲେ । ପାଇଖାନା ନିର୍ମାଣ କରିଥିବା ସବିତା ବିଶୋଇଙ୍କୁ ୪ ଦିନ ଭିତରେ ବିଲ୍ ପୈଠ କରିବା ଲାଗି ଚିଠି ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଏଭଳି ସଙ୍ଗୀନ ଅଭିଯୋଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ମୃତ ବ୍ୟକ୍ତିଙ୍କ ନାଁର ପାଇଖାନା ଟଙ୍କା ହଡପ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons