ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀର ଛାତି କୁହା ଯାଉଥିବା ରାଜମହଲ ଛକ ୟୁକୋ ବ୍ୟାଙ୍କ୍ ଶାଖାରେ ୨୦୧୬ରେ ଏକ ବଡ଼ ଧରଣର ଡକାୟତି ହୋଇଥିଲା । ୫ ଜଣ ଡକାୟତ ବନ୍ଧୁକ ଦେଖାଇ ବ୍ୟାଙ୍କ୍ କର୍ମଚାରୀଙ୍କୁ ଭୟଭୀତ କରି ଲକର୍ରୁ ୧ କେଜି ସୁନା ଓ ୧୩ ଲକ୍ଷ ଟଙ୍କା ନେଇ ପଳାଇଲେ । ଏହି ଘଟଣାକୁ ୪ ବର୍ଷ ବିତିଗଲାଣି । ହେଲେ କ୍ୟାପିଟାଲ୍ ଥାନା ପୁଲିସ୍ ମାମଲା ରୁଜୁ କରି ଚୁପ୍ ବସି ପଡିଛି । ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାର ପୁଲିସ୍ ଫେଲ୍ ମାରିଛି ।
୨୦୧୬ ସେପ୍ଟେମ୍ବର ୨୮ ତାରିଖ । ରାଜଧାନୀରେ ବିଧାନସଭା ପାଇଁ ହୋଇଥିଲା କଡ଼ା ସୁରକ୍ଷା । ସହର ଭିତରେ ଓ ବାହାରେ ମାଳ ମାଳ ପୁଲିସ୍ । କମିଶନ୍ରେଟ୍ ପୁଲିସର ସୁରକ୍ଷାକୁ ଭେଦ କରି ରାଜଧାନୀ ଛାତି ଉପରେ ଡକାୟତମାନେ ସେମାନଙ୍କ ପାରିବା ପଣିଆ ଦେଖାଇଦେଲେ । ସେମାନେ ୧ ଘଣ୍ଟା ୧୫ ମିନିଟ୍ ଧରି ବ୍ୟାଙ୍କ୍ ଭିତରେ ରହିଲେ । ବ୍ୟାଙ୍କ୍ ଲକର ଖୋଲି ସୁନା ଓ ଟଙ୍କା ନେଇ ଆରାମରେ ପାର ହୋଇଗଲେ । ଓଡିଶା ପୁଲିସ୍ ଇତିହାସରେ ଏମିତି ବ୍ୟାଙ୍କ୍ ଡକାୟତି କେବେ ଘଟିନଥିଲା । ଡକାୟତଙ୍କୁ ଧରିବା ତ’ ଦୂର, ସେମାନେ କେଉଁ ରାଜ୍ୟର ତାହା ମଧ୍ୟ ଏଯାଏଁ ଜଣାପଡ଼ିଲା ନାହିଁ ।
Comments are closed, but trackbacks and pingbacks are open.