ନଦି ପଠାରେ ପଡିଛି ଗଳିତ ମୃତଦେହ

Get real time updates directly on you device, subscribe now.

ସାଲେପୁର : ବିରୂପା ନଦୀପଠାରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି । ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମ ପଞ୍ଚାୟତର ସାନ କେଶରପୁର ଗାଁ ନିକଟରେ ମୃତଦେହ ଠାବ ହୋଇଛି । ମୃତଦେହ ଦେଖି ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଛି ।
ତେବ ଗତ ୪ ଦିନ ତଳେ ମଞ୍ଚେଶ୍ବର ପଞ୍ଚାୟତର ନବ କିଶୋର ଜେନା ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଧବଳେଶ୍ବର ମହାନଦୀରେ ଭାଷି ଯାଇଥିଲେ । ବହୁତ ଖୋଜା ଖୋଜି କଲା ପରେ ବି କୌଣସି ପତ୍ତା ମିଳିନଥିଲା । ତେଣୁ ବନ୍ୟା ପାଣିରେ ଭାସି ଏହି ପଠାରେ ଲାଗିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଗ୍ରାମବାସୀ ଶବଟିକୁ ଦେଖି ଟାଙ୍ଗୀ ଥାନା ପୋଲିସକୁ ଖବର ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons