ସହକାରୀ ଯନ୍ତ୍ରୀଙ୍କ କଳା କାରନାମା: ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଟେକି ନେଇ ଦୁଷ୍କର୍ମ

Get real time updates directly on you device, subscribe now.

ଢେଙ୍କାନାଳ : ସହକାରୀ ଯନ୍ତ୍ରୀଙ୍କ ଜଘନ୍ୟ କାଣ୍ଡ । ଯାହାକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି । ଏହି ସରକାରୀ ବାବୁ ଜଣଙ୍କ ନିଜ କାମ ବାସନାରେ ଅନ୍ଧ ହୋଇ ଘଟାଇଛନ୍ତି ଏକ ଲଜ୍ୟାଜନଜ ଘଟଣା। ଜଣେ ସାଙ୍ଗ ସହ ମିଶି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ ହୋଇଛି। ପଂଚାୟତ ରାଜ ବିଭାଗ ଅଧୀନରେ କାର୍ୟ୍ୟରତ ଏହି ସହକାରୀ ଯନ୍ତ୍ରୀ ଜଣଙ୍କ କ୍ଷମାସାଗର ସିଂ ବୋଲି ଜଣାପଡିଛି । ସେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ୟ୍ୟରତ ।
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କୀର୍ତ୍ତନପୁର ଅଞ୍ଚଳର ଛାତ୍ରୀଙ୍କ ଘରେ କେହି ନଥିବା ସମୟରେ ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ତାଙ୍କ ସାଙ୍ଗକୁ ଧରି ଘରେ ପଶି ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୀଡିତା ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ କଙ୍କଡାହାଡ଼ ଥାନାରେ ଅଭିଯୋଗ ମୁତାବକ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ, ଗତ ୭ ତାରିଖ ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ନାବାଳିକାଙ୍କ ଘରେ କେହି ନଥିଲେ । ଏହି ସମୟରେ ନାବାଳିକା ଜଣଙ୍କ ଘର ପାଖରେ ଛେଳି ଚରାଉଥିବା ବେଳେ ଏହି ସହକାରୀ ଯନ୍ତ୍ରୀ କ୍ଷମା ସାଗର ସିଂ ଓ ତାଙ୍କ ସାଙ୍ଗ ଦିନେଶ ସିଂ ଛାତ୍ରୀଙ୍କୁ ଉଠାଇ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ତେବେ ଏ ବିଷୟରେ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ପୀଡିତା ନାବାଳିକାଙ୍କୁ ଧମକ ଦେଇଥିଲେ। ଏହି ସମୟରେ ଗ୍ରାମର ୩ଜଣ ଶିଶୁ ଏଘଟଣାକୁ ଦେଖିବା ପରେ ପୀଡିତାଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ।
ଏହା ପରେ ପୀଡିତା ଘରେ ମାଆଙ୍କୁ ଏ ବିଷୟରେ ଜଣାଇବା ପରେ ପରିବାର ବର୍ଗ ପକ୍ଷରୁ କଙ୍କଡାହାଡ ଥାନାର ଗତକାଲି ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ କଙ୍କଡାହାଡ଼ ପୁଲିସ ତନାଘନା ତଦନ୍ତ ଅରମ୍ଭ କରିଛି। ଆଜି ପୋଲିସ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣା ପଡିଛି । ସେପଟେ ଅଭିଯୁକ୍ତ ସହକାରୀ ଯନ୍ତ୍ରୀ କ୍ଷମା ସାଗର ସିଂକୁ ପୁଲିସ କାବୁ କରି ଅନୁଗୁଳ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons