ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ଜନତା ଦଳର ସହଯୋଗ ଲୋଡ଼ିଛନ୍ତି ଜେଡିୟୁ ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜ୍ୟସଭା ଉପାଧ୍ୟକ୍ଷ ପଦବି ପାଇଁ ଦଳର ସାଂସଦ ହରିବଂଶ ନାରାୟଣ ସିଂହ ନାମାଙ୍କନପତ୍ର ଦାଖଲ କରିଛନ୍ତି । ହରିବଂଶଙ୍କୁ ବିଜେଡି ସମର୍ଥନ ଦେବାକୁ ନୀତିଶ ନବୀନଙ୍କୁ ଅନୁରୋଧ କରିଛନ୍ତି ।
ଆସନ୍ତା ୧୪ରୁ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏ ଅଧିବେଶନ କାଳରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅନୁÂିତ ହେବ । ରାଜ୍ୟସଭାରେ ଉପାଧ୍ୟକ୍ଷ ଥିବା ହରିବଂଶଙ୍କୁ ଏନ୍ଡିଏ ପୁଣି ପ୍ରାର୍ଥୀ ଭାବେ ଛିଡ଼ା କରାଇଛି । ସଂଖ୍ୟା କମ୍ ଥିଲେ ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀ ମିଳିତ ପ୍ରାର୍ଥୀ ଦେବେ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ହରିବଂଶଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବାକୁ ଆଗକୁ ବାହାରିଛନ୍ତି ନୀତିଶ କୁମାର । ଆଜି ଟେଲିଫୋନ୍ କରି ସେ ବିଜେଡି ସୁପ୍ରିମୋଙ୍କ ସମର୍ଥନ ଭିକ୍ଷା କରିଛନ୍ତି । ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡି ହରିବଂଶଙ୍କୁ ସମର୍ଥନ ଦେଇଥିଲା । ମାତ୍ର ଆଜି ଆଲୋଚନା ବେଳେ ନବୀନ ନୀତିଶଙ୍କୁ କିଛି ପ୍ରତିଶ୍ରୁତି ଦେଇନଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ମାସରେ ଅନୁÂିତ ରାଜ୍ୟସଭା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ସଂଖ୍ୟା ବଳ ବଢ଼ି ୧୦୧ ଛୁଇଁଛି । କଂଗ୍ରେସ ନେତୃତ୍ୱାଧୀନ ଉପାର ସଂଖ୍ୟା ରହିଛି ୬୫ । ମାତ୍ର ଏହା ସତ୍ତେ୍ୱ ଜେଡିୟୁ ଏଆଇଏଡିଏମ୍କେ (୯), ବିଜେଡି (୯) ଓ ୱାଇଏସଆର କଂଗ୍ରେସର (୬) ଜଣ ସଭ୍ୟଙ୍କ ସମର୍ଥନ ପାଇବାକୁ ଉଦ୍ୟମ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.