୪ ଲକ୍ଷଙ୍କ ଅମ୍ଲଜାନ ଯାଞ୍ଚ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ଗତ ୮ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ଅମ୍ଲଜାନ ଯାଞ୍ଚ ଅଭିଯାନରେ ଦୁଇ ଦିନ ମଧ୍ୟରେ ବେଶ୍ ସଫଳତା ମିଳିଛି । ପ୍ରଥମ ଦିନରେ ହିଁ ୧ ଲକ୍ଷ ୧୭ ହଜାର ୫୬୦, ଦ୍ୱିତୀୟ ଦିନରେ ୨ ଲକ୍ଷ ୯୧ ହଜାର ୩୮୭ ଜଣ ଲୋକଙ୍କ ଶରୀରରେ ଅମ୍ଲଜାନ ସ୍ତର ଯାଞ୍ଚ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ୍, ସହରାଞ୍ଚଳରେ ମୋଟ ୪,୦୮,୯୪୭ ଜଣଙ୍କ ଏସ୍ପିଓ୨ ଯାଞ୍ଚ କରିଛନ୍ତି ଯାଞ୍ଚ ଟିମ୍ । ପ୍ରଥମ ଦିନରେ ୪୩, ଦ୍ୱିତୀୟ ଦିନରେ ୧୦୦ ଜଣଙ୍କ ଶରୀରରେ ଅମ୍ଲଜାନ ସ୍ତର ଆବଶ୍ୟକତା ଠାରୁ କମ୍ ଥିବା ଜଣାଯିବା ପରେ ସେମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।
ସେହିପରି ସେପ୍ଟେମ୍ବର ୧୦ ତାରିଖରେ ୫୮୩୦ ନମୁନା ସଂଗ୍ରହ କରାଯାଇଥିଲା । ଫଳରେ ଜିଲ୍ଲାରେ ମୋଟ ସ୍ୱାବ୍ ସଂଗ୍ରହ ଓ ପରୀକ୍ଷଣ ୩ ଲକ୍ଷ ୨୯ ହଜାର ୩୩୪ ହୋଇଛି । ଜିଲ୍ଲାରେ ସୁସ୍ଥତା ହାର ୯୫.୫ ପ୍ରତିଶତ ତଥା ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୮ ହଜାର ଟପି ସାରିଥିବା ବେଳେ ଅଧିକରୁ ଅଧିକ ଲୋକଙ୍କୁ ପ୍ଲାଜ୍ମା ଦାନ ପାଇଁ ଆଗ୍ରହ କରୁଛି ପ୍ରଶାସନ । ଏହି କ୍ରମରେ କୁକୁଡାଖଣ୍ଡି ବ୍ଲକ୍ର ୫ ଜଣ କୋଭିଡ୍ ବନ୍ଧୁ (କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି) ପ୍ଲାଜ୍ମା ଦାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ଶୁକ୍ରବାର ଏମ୍କେସିଜିକୁ ପଠାଇଥିବା ଜିଲ୍ଲାପାଳ ଟ୍ୱିଟର୍ରେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons