ବଜ୍ରପାତରେ ୧୨ ଗୋରୁ ମୃତ

Get real time updates directly on you device, subscribe now.

କେନ୍ଦୁଝର, (ବି.ବି.ନୁ୍ୟଜ୍): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ପଞ୍ଚାୟତର ଗୁହାଳଚଟୁଆ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ୧୧ଟି ଗୋରୁଙ୍କ ମୃତୁ୍ୟ ଘଟିଛି । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଥିବା ସମୟରେ ଗୋରୁ ଚରାଳି ଚନ୍ଦ୍ର ମହାନ୍ତ ଗୋରୁ ଗୁଡିକ ନେଇ ଘରକୁ ଫେରୁଥିବା ସମୟରେ ତୋଟାସାହି ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଲହି ଗ୍ରାମର ବିଭିନ୍ନ ଲୋକଙ୍କ ଗୋରୁକୁ ନେଇ ଚନ୍ଦ୍ର ଚରାଇବାକୁ ଯାଇଥିଲେ । ଘଡଘଡି ସୂଚନା ପାଇଁ ସେମାନେ ତରବରରେ ଘରକୁ ପଳାଇ ଆସୁଥିଲେ । ବଜ୍ରପାତରେ ଚନ୍ଦ୍ର ମହାନ୍ତଙ୍କର ୩ଟି, ଅଭି ମହାନ୍ତଙ୍କ ୩ଟି, ଲକ୍ଷ୍ମୀଧର ମହାନ୍ତଙ୍କ ୨ଟି, ଛୋଟରାୟ ମହାନ୍ତଙ୍କ ଗୋଟିଏ, ନରେନ୍ଦ୍ର ନାଏକଙ୍କ ଗୋଟିଏ, ବୀରେନ ମହାନ୍ତଙ୍କ ଗୋଟିଏ ଓ ଉମାକାନ୍ତ ମହାନ୍ତଙ୍କ ଗୋଟିଏ ଗୋରୁ ମୃତୁ୍ୟବରଣ କରିଥିବା ଜଣାପଡିଛି । କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଗାଈ ଚରାଳି ଚନ୍ଦ୍ର ଆହତ ହୋଇଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons