ବନ୍ୟା ପୀଡ଼ିତଙ୍କୁ ନବୀନଙ୍କ ୩୦୦ କୋଟିର ପ୍ୟାକେଜ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏହାଛଡ଼ା ମତ୍ସ୍ୟଚାଷୀ, ବୁଣାକାରଙ୍କ ଜୀବିକାକୁ ଅଗ୍ରାଧିକାର ଦେଇ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମନରେଗାରେ ପର୍ଯ୍ୟାପ୍ତ କାମଧନ୍ଦା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କୃଷି, ପ୍ରାଣୀ ସମ୍ପଦ, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇଦେବେ । ଗତ ବନ୍ୟାରେ ଚାଷୀ ବହୁଳ ଭାବେ ପ୍ରଭାବିତ ହୋଇଛି । ପ୍ରଭାବିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାର ଇନ୍ପୁଟ ସବ୍ସିଡି ଦେବେ । ଜଳସେଚିତ ଜମି ପ୍ରତି ହେକ୍ଟର ପିଛା ୧୩, ୫୦୦ ଟଙ୍କା ଏବଂ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ମିଳିବ । ବ୍ୟାବସାୟିକ ଫସଲ ଯଥା କାଜୁ, ନଡ଼ିଆ, ପାନ ଓ ଆମ୍ବ ଆଦି ପାଇଁ ଏକର ପିଛା ମିଳିବ ୧୮ ହଜାର ଟଙ୍କା । ୩୩ଧ ଫସଲହାନି ଅଞ୍ଚଳରେ ଏ ସହାୟତା ରାଶି ମିଳିବ । ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ଏ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, କୌଣସି ପରିସ୍ଥିତିରେ ସବୁଦିନିଆ ଫସଲ ପାଇଁ କ୍ଷତିଗସ୍ତ ଚାଷୀ ଇନପୁଟ ସବ୍ସିଡି ବାବଦକୁ ୨ ହଜାର ଟଙ୍କାରୁ କମ୍ ପାଇବେ ନାହିଁ । ଚାଷୀଙ୍କୁ ୧ ଲକ୍ଷ ପନିପରିବା ମିନି କିଟ୍ସ ଯୋଗାଇ ଦିଆଯିବ । ପ୍ରଭାବିତ ଅଞ୍ଚଳରେ ୬୦ ହଜାର ଏକର ଜମିରେ ବିଭିନ୍ନ ଫସଲ ଚାଷର ଡେମୋ କରାଯିବ । ଏହା କ୍ଷତିଗ୍ରସ୍ତ ଚାଷୀଙ୍କୁ ରୋଜଗାର ଦେବ ।
ସରକାର ନିଷ୍ପତ୍ତି ନେଇଛନ୍ତି, କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫ ହଜାର ଟଙ୍କା ରିହାତିରେ ୨ ହଜାର ପମ୍ପସେଟ୍ ମିଳିବ । ୫୦ଧ ସବସିଡିରେ ୫ ହଜାର ପାୱାର ସ୍ପେ୍ରୟର ଚାଷୀଙ୍କୁ ବଣ୍ଟନ କରାଯିବ । ଚାଷୀଙ୍କୁ ସରକାର ଗୁଣାତ୍ମକ ମାନର ବିହନ ଯୋଗାଇଦେବେ । ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଣରେ ରିହାତି ବାବଦକୁ ସରକାର ୧୦ କୋଟି ଟଙ୍କାର ପାଣ୍ଠି ବନ୍ୟା ପ୍ରଭାବିତ ଜିଲ୍ଲାକୁ ଯୋଗାଇଦେବେ । ୭୫ ହଜାର ଚାଷୀଙ୍କୁ କମ୍ ମୂଲ୍ୟରେ ଅମୃତଭଣ୍ଡା, କଦଳୀ ଭଳି ୧୦ଟି ଲେଖାଏଁ ଚାରା ମିଳିବ । ଛତୁ ଚାଷୀ ଓ ସ୍ୱୟଂ ସହାୟିକା ଗୋÂୀଙ୍କୁ ୟୁନିଟ୍ ପିଛା ୫ ଶହ ଟଙ୍କାର ସହାୟତା ମିଳିବ ।
ରିଲିଫ କୋଡ୍ ଅନୁସାରେ, ୩୩ଧ ଫସଲ ହାନି ଅଞ୍ଚଳରେ ସ୍ୱଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ବଦଳାଯାଇଛି । ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ଏ ଋଣ ପରିଶୋଧ କରିବାକୁ ସେପଟେମ୍ବର ୨୦୨୨ ଯାଏ ସମୟ ଦିଆଯାଇଛି । ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କୁ ବ୍ୟାଙ୍କଗୁଡ଼ିକ ରବି ଫସଲ ପାଇଁ ଆସନ୍ତା ପହିଲାରୁ ତୁରନ୍ତ ଋଣ ଲଗାଣ କରିବାକୁ ନିଦେ୍ର୍ଧଶ ଜାରି ହୋଇଛି ।
ଗୃହପାଳିତ ପଶୁଙ୍କ ଜୀବନହାନି ପାଇଁ ମଧ୍ୟ କ୍ଷତିପୂରଣ ରାଶି ଦେବେ ସରକାର । ନିଷ୍ପତ୍ତି ଅନୁସାରେ, କୌଣସି ବ୍ୟକ୍ତିଙ୍କର ଯଦି ଗାଈ ଏବଂ ମଇଁଷି ମୃତୁ୍ୟବରଣ କରିଥିବ ତେବେ ୩୦ ହଜାର ଟଙ୍କାର କ୍ଷତିପୂରଣ ମିଳିବ । ପ୍ରତି ବଳଦ ପାଇଁ ୨୫ ହଜାର (ସର୍ବାଧିକ ୩ଟି), ପ୍ରତି ବାଛୁରୀ ପାଇଁ ୧୬ ହଜାର (ସର୍ବାଧିକ ୬ଟି), ପ୍ରତି ଛେଳି/ମେଣ୍ଢା ପାଇଁ ୩ ହଜାର (ସର୍ବାଧିକ ୩୦) ଲେଖାଏଁ ସହାୟତା ଦେବେ ସରକାର । ଯଦି ବାତ୍ୟାରେ କୁକୁଡ଼ା ନଷ୍ଟ ହୋଇଥିବେ ତେବେ ଗୋଟାକୁ ୫୦ ଟଙ୍କା ହିସାବରେ ସର୍ବାଧିକ ୫ ହଜାର ଟଙ୍କାର ସହାୟତା ରାଶି ମିଳିବ । ଏ ପ୍ରକିୟାକୁ ତ୍ୱରିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ଏହାଛଡ଼ା କ୍ଷତିଗ୍ରସ୍ତ ମାଛଚାଷୀଙ୍କୁ ପ୍ରତି ହେକ୍ଟର ପିଛା ୧୨,୨୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହେକ୍ଟର ପିଛା ୮୨୦୦ ଟଙ୍କାର ଇନପୁଟ୍ ସବସିଡି ମଧ୍ୟ ସରକାର ପ୍ରଦାନ କରିବେ । କ୍ଷତିଗ୍ରସ୍ତ ହସ୍ତଶିଳ୍ପୀ ଓ ହସ୍ତତନ୍ତ କାରିଗରଙ୍କୁ ମଧ୍ୟ ସରକାର ସହଯୋଗ କରି ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି । କ୍ଷତି ସହିଥିବା ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ବନ୍ୟାଞ୍ଚଳରେ ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇବାକୁ ମନରେଗାରେ ପର୍ଯ୍ୟାପ୍ତ କାମ କରିବାକୁ ନିଷ୍ପତ୍ତି ହୋଇଛି । ପଞ୍ଚାୟତ ରାସ୍ତା , ଖେଳ ପଡ଼ିଆ, କେନାଲ, ଛେଳି ଓ ଗାଈ ଗୁହାଳ ଆଦି କାମ ହାତକୁ ନେବାକୁ ନୀତିଗତ ନିଷ୍ପତ୍ତି ହୋଇଛି । ତୁରନ୍ତ ଏ ସହାୟତା ବିପନ୍ନଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଆନୁଷଙ୍ଗିକ ବିଭାଗଗୁଡ଼ିକ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ସହ ବିପନ୍ନଙ୍କ ନିକଟରେ ପହଞ୍ଚି ସହାୟତା ବଣ୍ଟନ ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons