ରାୟଗଡା,(ବି.ବି.ନୁ୍ୟଜ୍): ପରିବହନ ବିଭାଗ ହାତରେ ସୋମବାର ଧରାପଡିଥିବା ଡିଜେଲ ଟ୍ୟାଙ୍କରରୁ ମିଳିଛି ୧୬୧୮ କେଜି ଗଞ୍ଜେଇ । ଏହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି । ଏହି ମାମଲାରେ ଜଣକୁ ଗିରଫ କରାଯାଇଛି । ସେ ହେଉଛି ଟ୍ୟାଙ୍କର ଡ୍ରାଇଭର୍ ରାଜକୁମାର ଯାଦବ ।
ପୁଲିସ୍ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଟ୍ୟାଙ୍କର (ଏନଏଲ-୦୩-ଏ-୫୬୯୫)ରେ ଗଞ୍ଜେଇ ଲୋଡ୍ କରାଯାଇ ବିହାରର ପାଟନାକୁ ଚାଲାଣ କରାଯାଉଥିଲା । ରାୟଗଡ଼ା ସହରଠାରୁ ୭ କିଲୋମିଟର ଦୂର ପିତାମହଲ ଓ ଲା‡ା ଗାଁ ମଧ୍ୟବର୍ତ୍ତି ଅଞ୍ଚଳରେ ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ ଏହାକୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟ୍ୟାଙ୍କରର କୌଣସି କାଗଜପତ୍ର ନଥିଲା । ସନେ୍ଦହରେ ଟ୍ୟାଙ୍କରଟିକୁ ଜବତ କରି ପରିବହନ କାର୍ଯ୍ୟାଳୟକୁ ନେଇଥିଲେ । ଅନୁଧ୍ୟାନ ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ପହଞ୍ଚି ଯାଞ୍ଚ କରିବା ସମୟରେ ଟ୍ୟାଙ୍କରରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ସଂଗ ସଂଗେ ଟ୍ୟାଙ୍କରଟିକୁ ଜବତ କରିଥିଲା ପୁଲିସ୍ । ଟାଉନ୍ ଥାନାକୁ ନେଇଥିଲା । ମାଜିଷ୍ଟେ୍ରଟ ତଥା ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ଉପସ୍ଥିତିରେ ଟାଉନ୍ ଆଇଆଇସି କୃଷ୍ଣଚନ୍ଦ୍ର ଭତ୍ରା ଏହାକୁ ଓଜନ କରିଥିଲେ । ମୋଟ ୧୬୧୮ କେଜି ଗଞ୍ଜେଇ ବାହାରିଥିବା ଏସ୍ପି ଡ. ଶର୍ବଣା ବିବେକ.ଏମ ସୂଚନା ଦେଇଛନ୍ତି । ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । କାରବାରରେ ଅନ୍ୟ କେଉଁମାନଙ୍କର ହାତ ରହିଛି, ତାହାର ତଦନ୍ତ ଚାଲିଛି ।
Comments are closed, but trackbacks and pingbacks are open.