ବନ୍ଧାପଡ଼ିଛି ବୋଟ୍ ଆମ୍ବୁଲାନ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ୫ ମାସ ହେଲା ଜଳଭଣ୍ଡାରରେ ଭାସୁଛି । ରୋଗୀଙ୍କ କାମରେ ଆସୁନି । ଦଉଡ଼ିରେ ବନ୍ଧା ହୋଇ ପଡ଼ିରହିଛି ୧୦୮ ବୋଟ୍ ଆମ୍ବୁଲାନ୍ସ । ଯେଉଁ ଲକ୍ଷ୍ୟ ଓ ଉଦେ୍ଧଶ୍ୟ ନେଇ ବିଛିନ୍ନାଞ୍ଚଳବାସୀଙ୍କୁ ଏହା ଯୋଗାଇ ଦିଆଯାଇଥିଲା, ତାହା ସାଧିତ ହୋଇପାରିନି । ବୋଟ୍ ଆମ୍ବୁଲାନ୍ସ ସୁବିଧା ଥାଇବି ବିଚ୍ଛିନ୍ନାଞ୍ଚଳବାସୀ ଦେଶୀ ଡଙ୍ଗାରେ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି । ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ଲାଗି ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ର ୪ ପଞ୍ଚାୟତବାସୀ ।
ଲମତାପୁଟ ବ୍ଲକ୍ର କୋଲାବ ଜଳଭଣ୍ଡାରର ଅପରପାଶ୍ୱର୍ରେ ରହିଛି ଟିକରପଡ଼ା, ଉମ୍ବେଲ, କୁମାର ଗନ୍ଧଣା ଓ ବନମାଳିପୁଟ ପଞ୍ଚାୟତ । ଏସବୁ ପଞ୍ଚାୟତର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ବୋଟ୍ ଆମ୍ବୁଲାନ୍ସ ଯୋଗାଇଥିଲେ । ଜଣେ କର୍ମଚାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଥିଲେ । ବିଡ଼ମ୍ବନା, ବୋଟ୍ ଆମ୍ବୁଲାନ୍ସ ଯୋଗାଇ ଦିଆଯିବାର ୨ ମାସ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଇନଥିଲା । ଜଳଭଣ୍ଡାର କୂଳରେ ଏହା ପଡ଼ିରହି ଖତ ଖାଉଥିଲା । ଏ ସମ୍ପର୍କରେ ୩ ମାସ ତଳେ କେବଳ ‘ପ୍ରମେୟ’ରେ ସ୍ୱତନ୍ତ୍ର ଖବର ପ୍ରକାଶ ପାଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ତପôରତା ଦେଖାଇଥିଲା । ଜଳଭଣ୍ଡାର କୂଳରେ ବାଲିରେ ପଡ଼ିରହିଥିବା ବୋଟ୍କୁ ପାଣି ଭିତରକୁ ନେବା ଲାଗି ଉଦ୍ୟମ କରିଥିଲା । ପ୍ରଶାସନର ଉଦ୍ୟମ ପରେ ବି ବୋଟ୍ଟିକୁ ପାଣି ଭିତରକୁ ନିଆଯାଇପାରିନଥିଲା । ଲଗାଣ ବର୍ଷା ପରେ ଫୁଲିଥିଲା ଜଳଭଣ୍ଡାର । ବାଲିରେ ପଡ଼ିଥିବା ବୋଟ୍ ପର୍ଯ୍ୟନ୍ତ ପାଣି ଆସିଥିଲା । ପରେ ବୋଟ୍ଟି କାଳେ ଜଳଭଣ୍ଡାରରେ ଭାସିଯିବ ଭାବି ଏହାକୁ ଦଉଡ଼ିରେ ବନ୍ଧାଯାଇଛି । ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏହି ବୋଟ୍ ଆମ୍ବୁଲାନ୍ସଟି ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଛି ।
ବିଚ୍ଛିନ୍ନାଞ୍ଚଳବାସୀଙ୍କ କହିବାନୁଯାୟୀ, ବୋଟ୍ ଆମ୍ବୁଲାନ୍ସ ଯୋଗାଇବା ପୂର୍ବରୁ ପ୍ରଶାସନ ଜଳଭଣ୍ଡାରର ବିଭିନ୍ନ ଘାଟରେ ର୍ୟାମ୍ପ ନିର୍ମାଣ କରିବା କଥା । ତାହା ଏପର୍ଯ୍ୟନ୍ତ କରାଯାଇନି । ନିଯୁକ୍ତି ପାଇଥିବା ବୋଟ୍ ଚାଳକ ୫ ମାସ ହେଲା ବସି ରହିଛନ୍ତି । ଜଳଭଣ୍ଡାର ଅପରପାଶ୍ୱର୍ରେ ସେମାନେ ରହୁଥିବାରୁ ରୋଗ ହେଲେ ନାନା ଦୁର୍ଦ୍ଧଶା ଭୋଗୁଛନ୍ତି । ଆଜି ବି ସ୍ଥାନୀୟ ଲୋକେ ଦେଶୀ ଡଙ୍ଗାରେ ଗୁରୁତର ରୋଗୀ ଏବଂ ଗର୍ଭବତୀଙ୍କୁ ବିପଦପୂର୍ଣ୍ଣ ଭାବେ ଜଳଭଣ୍ଡାର ପାରି କରାଉଛନ୍ତି । କିଏ ମେଡିକାଲ୍ରେ ପହଞ୍ଚୁଛି ତ ଆଉ କିଏ ଅଧାବାଟରେ ପ୍ରାଣ ହରାଉଛି । ଜଳଭଣ୍ଡାର ଦେଇ ବିଚ୍ଛିନ୍ନାଞ୍ଚଳବାସୀ ସ୍କୁଲ, କଲେଜ, ମେଡିକାଲ୍ ଓ ବଜାରରୁ ସଉଦା ଆଣିବା ଲାଗି ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଅନେକ ସମୟରେ ଡଙ୍ଗା ବୁଡ଼ି ଧନଜୀବନ ନଷ୍ଟ ହେଉଛି । ତଥାପି ପ୍ରଶାସନର ଦୃଷ୍ଟି ନପଡ଼ିବା ପରିତାପର ବିଷୟ ବୋଲି କହିଛନ୍ତି ପଞ୍ଚାତବାସୀ । ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ତୁରନ୍ତ ଏହି ବୋଟ୍ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons