ସାହିତି୍ୟକ ବାଉରୀବନ୍ଧୁ କରଙ୍କ ପରଲୋକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶିଷ୍ଟ ସାହିତି୍ୟକ, ସମାଲୋଚକ ତଥା ପ୍ରାବନ୍ଧିକ ବାଉରୀବନ୍ଧୁ କରଙ୍କ ଆଜି ସନ୍ଧ୍ୟାରେ ୫ଟା ୫୫ରେ ହୃଦଘାତରେ ପରଲୋକ ହୋଇଯାଇଛି ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି । ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଭୁବନେଶ୍ୱରସ୍ଥିତ କପିଳପ୍ରସାଦରେ ରହୁଥିଲେ । ଏହି ଦୁଃଖଦ ଖବର ସାହିତି୍ୟକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ସମସ୍ତେ ଅମର ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନ ଜଣାଇଛନ୍ତି । ସ୍ୱର୍ଗତ କରଙ୍କ ସ୍ମୃତିରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଶ୍ରୀ କର ୧୯୫୧ ମସିହା ସେପ୍ଟେମ୍ବର ୧୨ରେ ଯାଜପୁର ଜିଲ୍ଲାର ଖଣ୍ଡିତର ଗାଁରେ ବାପା ଅନାଥବନ୍ଧୁ ଓ ମା’ ସୁଭଦ୍ରାଙ୍କ କୋଳରେ ଜନ୍ମ ହୋଇଥିଲେ । ଜଣେ ମେଧାବୀ ଛାତ୍ର ଥିଲେ । ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଅଧ୍ୟାପନାରୁ କର୍ମମୟ ଜୀବନର ଆରମ୍ଭ କରିଥିଲେ । ୧୯୭୬ରେ ଅବସର ପର୍ଯ୍ୟନ୍ତ ସେ ଏନ୍ସି କଲେଜ ଯାଜପୁର, ଜେକେବିକେ କଲେଜ, ରେଭେନ୍ସା କଲେଜ, ଭଦ୍ରକ କଲେଜ, କେନ୍ଦୁଝର କଲେଜ ଏବଂ ଶେଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ଭାବେ ଅବସ୍ଥାପିତ ହୋଇଥିଲେ । ଆଧୁନିକ ଓଡ଼ିଆ ସାହିତି୍ୟକୁ କାମପାଳ ମିଶ୍ରଙ୍କ ଦାନ ଶୀର୍ଷକ ବିଷୟରେ ଗବେଷଣା କରି ସେ ପିଏଚ୍ଡି ଡିଗ୍ରୀ ଲାଭ କରିଥିଲେ । ସାହିତ୍ୟ ସମାଲୋଚନା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାରେ ତାଙ୍କର ସ୍ୱତନ୍ତ୍ର ପରିଚିତି ରହିଛି ।
‘ଚିନ୍ତନ: ଅନୁଚିନ୍ତନ’, ‘ଓଡ଼ିଆ ପ୍ରବନ୍ଧ ସାହିତ୍ୟ’, ‘ପ୍ରାବନ୍ଧିକ ନୀଳକଣ୍ଠ ଦାସ’, ‘ଜ୍ଞାନସାର ଜ୍ୟୋତି’, ‘ସମାଲୋଚନା ଭାରତୀ’, ‘ତିନୋଟି ସମାଲୋଚନା’, ‘ଓଡ଼ିଆ ସାହିତ୍ୟରେ ଇତିହାସ’, ‘ସାହିତ୍ୟ ସାଧକ ଡକ୍ଟର ମାୟାଧର ମାନସିଂ’, ‘ନାନା ଆଲୋଚନା’, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ’, ‘ସମାଲୋଚନା ସ୍ତବକ’, ‘ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ’, ‘ଓଡ଼ିଶାର ସଂସ୍କୃତି ଓ ଇତିହାସରେ ମାଦଳାପାଞ୍ଜି’(ସମାଲୋଚନା), ଗୋପୀନାଥ ନନ୍ଦ, ଗୋପୀନାଥ ମହାନ୍ତି, କୃଷ୍ଣ ପ୍ରସାଦ ମିଶ୍ର (ମନୋଗ୍ରାଫ୍) ଏବଂ ବିରୂପାକ୍ଷ ପ୍ରବନ୍ଧାବଳୀ, ଆମସ୍ ସଟନ୍ ରଚନାବଳୀ, ସାହିତ୍ୟ ସାଧକ ଶାନ୍ତକୁ କୁମାର ଆଚାର୍ଯ୍ୟ, ସାହିତ୍ୟ ସାଧକ ମହାପାତ୍ର ନୀଳମଣି ସାହୁ, ସାହିତ୍ୟ ସାଧକ କବି ରମାକାନ୍ତ ରଥ, କବି ଉପେନ୍ଦ୍ର ଭଞ୍ଜ, ଗଦ୍ୟ ଶିଳ୍ପୀ କିଶୋରୀ ଚରଣ, ସୁରେନ୍ଦ୍ର ସମୀକ୍ଷା, ଗଙ୍ଗାଧର ମେହେର, ପ୍ରଚଳିତ ପ୍ରବନ୍ଧ କବିତା ଓ କବିତା (ସମ୍ପାଦନା) ତାଙ୍କ ସମାଲୋଚକୀୟ ଅଭିଦୃଷ୍ଟିର ଇସ୍ତାହାର । ବିଶେଷତଃ ଓଡ଼ିଶାର ପତ୍ରପତ୍ରିକା ଚର୍ଚ୍ଚା କ୍ଷେତ୍ରରେ ସେ ଅନ୍ୟତମ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ । ଏତଦ୍ବ୍ୟତୀତ ଏନ୍ସାଇକ୍ଲୋପିଡିଆ ଅଫ୍ ଇଣ୍ଡିଆନ୍ ଲିଟରେଚର୍ (ଭଲୁ୍ୟମ୍-୫), ମାଷ୍ଟର୍ ପିସେସ୍ ଅଫ୍ ଇଣ୍ଡିଆନ୍ ଲିଟରେଚର୍, କମ୍ପ୍ରିହେନ୍ସିଭ୍ ହିଷ୍ଟ୍ରି ଆଣ୍ଡ୍ କଲ୍ଚର ଅଫ୍ ଓଡ଼ିଶା ଇଂରାଜୀ ଗ୍ରନ୍ଥଗୁଡ଼ିକରେ ତାଙ୍କର ସ୍ୱତନ୍ତ୍ର ଆଲୋଚନା ସ୍ଥାନ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons