ଭୁବନେଶ୍ୱର,(ବି.ବି.ବୁ୍ୟରୋ): କିଏ ଚାହୁଁଛି ଇଞ୍ଜିନିୟର ହେବ, ଆଉ କିଏ ଡାକ୍ତର । କିଏ ପ୍ରାଶାସନିକ ସେବା ପାଇଁ ଇଛୁକ ତ ଆଉ କିଏ ବୈଜ୍ଞାନିକ । ଛାତ୍ରଛାତ୍ରୀଙ୍କ ଏ ସ୍ୱପ୍ନ ପୂରଣ କରିବାରେ ଏଣିକି ସହାୟକ ହେବେ ସରକାରୀ ଅଫିସର । ସ୍କୁଲ ପାଠ୍ୟକ୍ରମ ସହ କେଉଁ ଦିଗକୁ ଛାତ୍ରଛାତ୍ରୀମାନେ ଧ୍ୟାନ ଦେଲେ ନିଜ ସ୍ୱପ୍ନକୁ ପୂରଣ କରିପାରିବେ ତା’ର ବାଟ ଦେଖାଇବେ ସରକାରୀ ବାବୁ । ବୃତ୍ତିଗତ ଶିକ୍ଷା ପ୍ରବେଶିକା ପରୀକ୍ଷା ପାଇଁ ସରକାରୀ ଅଫିସର ଓ କର୍ମଚାରୀ କୋଚିଂ ଦେବେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭଳି ଏମାନେ ସାଜିବେ ମାର୍ଗଦର୍ଶକ । ଏଥିପାଇଁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ବରିÂ ଅଧିକାରୀମାନେ ମଧ୍ୟ ଏଥିପାଇଁ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି । ଆଗ୍ରହୀ ଅଧିକାରୀମାନେ ଡେପୁଟେସନରେ ଆସି ଗ୍ରାମାଞ୍ଚଳର ଗରିବ ପିଲାମାନଙ୍କ ପ୍ରତିଭାକୁ ବିକଶିତ କରିବା ସହ ସ୍ୱପ୍ନ ପୂରଣ ପାଇଁ ବାଟ ଦେଖାଇବେ । ସବୁ ବର୍ଗର ପିଲାମାନଙ୍କୁ ପ୍ରଶିକ୍ଷଣ ଦେବାକୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ନେଇଛି ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ‘୫ ଟି’ ସଚିବ ଭି କେ ପାଣ୍ଡିଆନ୍ । ସେ ପିଲାମାନଙ୍କ ସହ ୩ ଘଣ୍ଟା କାଳ ଭାବବିନିମୟ କରିଥିଲେ । ଜୀବନରେ ସେମାନେ କ’ଣ ହେବାକୁ ଚାହୁଁଛନ୍ତି ପ୍ରଶ୍ନ କରିଥିଲେ । ପିଲାମାନେ ଡାକ୍ତର, ଇଂଜିନିୟର ଭଳି ବୃତ୍ତିଗତ ପାଠ ପଢ଼ିବାକୁ ଇଛା ପ୍ରକାଶ କରିବା ସହ କୋଚିଂ ସୁବିଧା କରିବାକୁ ଅନୁରୋଧ କରିଥିଲେ । ପାଠ୍ୟକ୍ରମ ସହ ଆଉ କେଉଁ ଦିଗକୁ ପିଲାମାନେ ଧ୍ୟାନ ଦେଲେ ଡାକ୍ତର, ଇଂଜିନିୟର ଅବା ଅନ୍ୟ ବୃତ୍ତିଗତ ଦିଗରେ ଯିବାର ସଂକଳ୍ପ ପୂରଣ ହୋଇପାରିବ ୫-ଟି ସଚିବ ପରାମର୍ଶ ମଧ୍ୟ ଦେଇଥିଲେ । ସ୍କୁଲ ପାଠ୍ୟ ଖସଡ଼ା ବାହାରେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ କୋଚିଂରେ ସରକାରୀ ବାବୁମାନଙ୍କ ସହଯୋଗ ନେବାକୁ ଶ୍ରୀ ପାଣ୍ଡିଆନ୍ ନିଷ୍ପତ୍ତି ନେଇ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଲେ । ପରିବର୍ତ୍ତନର ଏ ନୂଆ କାର୍ଯ୍ୟକ୍ରମକୁ ମୋହର ମାରିଛନ୍ତି ସରକାର । ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ୍, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପଇଁ ପ୍ରଶିକ୍ଷଣ ଦେବେ ସରକାରୀ ଅଧିକାରୀ ଓ କର୍ମଚାରୀ । ଆଗ୍ରହୀ ପ୍ରଶିକ୍ଷକମାନେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଡେପୁଟେସନ୍ ଅତିରିକ୍ତ ଦାୟିତ୍ୱରେ ଆସି ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ କୋଚିଂ ଦେଇପାରିବେ । କୋଚିଂ ଓ ପ୍ରଶିକ୍ଷଣ ଦେବାକୁ ଇଛୁକ ସରକାରୀ ଅଧିକାରୀଙ୍କ ଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆବେଦନ ଆହ୍ୱାନ କରାଯାଇଛି ।
ଚଳିତ ଓ ଗତ ବର୍ଷ ଆଦର୍ଶ ବିଦ୍ୟାଳୟର ପ୍ରାୟ ୩୫୦ ଛାତ୍ରଛାତ୍ରୀ ୯୦ଧରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଭବିଷ୍ୟତରେ ମେଡିକାଲ୍ ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ସେମାନଙ୍କୁ ପ୍ରବେଶିକା ପରୀକ୍ଷାରେ ସମ୍ମୁଖୀନ ହେବାକୁ ପଡୁଥିବା ଦୃଷ୍ଟିରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ କୋଚିଂ ସୁବିଧାର ଆବଶ୍ୟକତା ରହିଛି ବୋଲି ପିଲାମାନେ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆର୍ଷଣ କରିଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ କାର୍ଯ୍ୟରତ ଅନେକ ଅଧିକାରୀ ତଥା କର୍ମଚାରୀ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ଏବଂ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ଆଗ୍ରହ ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଗଣିତ, ଇଂରାଜୀ ଓ ସାମାଜିକ ବିଜ୍ଞାନରେ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ ପ୍ରଶିକ୍ଷଣ ଦେବାକୁ ହେବ । ଆଗ୍ରହୀ ବ୍ୟକ୍ତିମାନେ ନିର୍ଦ୍ଧାରିତ ଫର୍ମରେ ସେମାନଙ୍କ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଜରିଆରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକଙ୍କୁ ଆବେଦନ କରିପାରିବେ । ଏହାର ସବିଶେଷ ତଥ୍ୟ ଙ୍ଗଙ୍ଗଙ୍ଗ.କ୍ଟବଙ୍ଖ.ରୟଙ୍କ.ସଦ୍ଭ ୱେବସାଇଟ୍ରେ ଉପଲବ୍ଧ ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.