ଜଗତପୁର,(ବି.ବି.ନୁ୍ୟଜ୍): କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହେଉଥିବା ଜଗତପୁରସ୍ଥିତ ସଦ୍ଗୁରୁ କୋଭିଡ୍ ହସ୍ପିଟାଲ୍ରେ ସୋମବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲ୍ ଉପର ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଯିବାରୁ କେତେଜଣ ରୋଗୀ ସାମାନ୍ୟ ପୋଡ଼ି ଯାଇଥିବା ବେଳେ, ଧାଁଦୌଡ଼ ଓ ଧୂଆଁ ଭିତରେ ଆଉ କିଛି ରୋଗୀ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଉଦ୍ଧାର ଓ ସ୍ଥାନାନ୍ତର ପ୍ରକ୍ରିୟାର ଧାଁଧପଡ଼ ଭିତରେ କେତେଜଣ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିବା ଖବର ମିଳିଛି ।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଜୁଳି ସଟ୍ସର୍କିଟ୍ କାରଣରୁ ଏୟାର୍ କଣ୍ଡିସନର୍ (ଏସି) ଜଳି ଉଠି ଇତ୍ତେଣ୍ଟନସିଭ୍ କେୟାର୍ ୟୁନିଟ୍ ବା ଆଇସିୟୁରେ ଏଭଳି ନିଆଁ ବ୍ୟାପିଯାଇଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତିନିଟି ଅଗ୍ନିଶମ କେନ୍ଦ୍ରର ପ୍ରାୟ ୪୫ଜଣ କର୍ମଚାରୀ ତିନି ଘତ୍ତଣ୍ଟାରୁ ଅଧିକ ସମୟ ଧରି ନିଆଁ ଓ ଧୂଆଁକୁ ଆୟତ୍ତ କରିବା ସହ ରୋଗୀମାନଙ୍କୁ ଉଦ୍ଧାର କରିଥିଲେ । ତେବେ ନିଆଁ ଅଧିକ ବ୍ୟାପିଯିବା ପୂର୍ବରୁ ତ୍ୱରିତ ପଦକ୍ଷେପ ନିଆଯାଇଥିବାରୁ ମୃତାହତ ଆଶଙ୍କାକୁ ଏଡାଇ ଦିଆଯାଇପାରିଛି । ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳି ଯାଇଥିବା କୁହାଯାଉଛି ।
ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ହସ୍ପିଟାଲ୍ର ଉପର ମହଲା ଆଇସିୟୁରେ ହଠାତ୍ ନିଆଁ ଲାଗିଥିବା ଦେଖାଯାଇଥିଲା । ତେବେ ନିଆଁ ଅପେକ୍ଷା ଧୂଆଁ ବେଶି ବ୍ୟାପିଥିଲା । ଏହି ସମୟରେ ଆଇସିୟୁରେ ପ୍ରାୟ ୨୪ଜଣ କୋଭିଡ୍ ରୋଗୀ ଚିକିତ୍ସାଧୀନ ଥିଲେ । ସେହିପରି ହସ୍ପିଟାଲ୍ର ଅନ୍ୟ ୱାର୍ଡରେ ଛାତିରୋଗ ଓ ଗର୍ଭବତୀ ମହିଳାଙ୍କୁ ମିଶାଇ ପ୍ରାୟ ୧୩୦ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିଲେ । କୋଭିଡ୍ ହସ୍ପିଟାଲ କଟକଣା ଯୋଗୁଁ ହସ୍ପିଟାଲ୍ରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ଆଦୌ ଚଳପ୍ରଚଳ ନଥିଲା । ତେବେ ଅଚାନକ ଧୂଆଁ ବ୍ୟାପିବାରୁ ଡାକ୍ତର, ନର୍ସଙ୍କ ସମେତ ରୋଗୀମାନେ ଆତଙ୍କିତ ହୋଇଯାଇଥିଲେ । କିଛି ରୋଗୀ ଜୀବନ ବଞ୍ଚାଇବାକୁ ନିଜେ ତଳକୁ ଚାଲିଆସିଥିବା ବେଳେ ଆଇସିୟୁରେ ରହିଥିବା କିଛି ରୋଗୀଙ୍କୁ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଅଗ୍ନିକାଣ୍ଡ ପରେ ଉଦ୍ଧାର କରାଯାଇଥିବା ରୋଗୀମାନଙ୍କୁ କଟକ ଏସ୍ସିବି ମେଡିକାଲ୍, ଅଶ୍ୱିନୀ ହସ୍ପିଟାଲ, ସନ୍ ହସ୍ପିଟାଲ ଭଳି ବିଭିନ୍ନ କୋଭିଡ୍ ହସପିଟାଲ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ, ହସ୍ପିଟାଲ୍ରେ କିଭଳି ନିଆଁ ଲାଗିଲା, ସେ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିଦେ୍ର୍ଧଶ ଦେଇଛନ୍ତି । ବିଦୁ୍ୟତ ଓ ଅଗ୍ନିଶମ ବିଭାଗ ଅଧିକାରୀ ଏନେଇ ତଦନ୍ତ କରି ୨୪ ଘତ୍ତଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରି ରିପୋର୍ଟ ଦେବା ପାଇଁ କେନ୍ଦ୍ରାଂଚଳ ଆର୍ଡିସି ଅନୀଲ କୁମାର ସାମଲ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି ।
ଅଗ୍ନିକାଣ୍ଡ ପରେ ରୋଗୀ ସ୍ଥାନାନ୍ତର ବେଳେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା । ରୋଗୀମାନେ ସମସ୍ତେ କରୋନା ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବା ବେଳେ ଅଡୁଆ ପରିସ୍ଥିତି, ଭୟର ବାତାବରଣ ବି ସୃଷ୍ଟି ହୋଇଥିଲା । ଏପରିକି ଗୁରୁତର ରୋଗୀମାନଙ୍କୁ ଉଦ୍ଧାର କରିବା ପାଇଁ ୱାର୍ଡରୁ ବେଡ୍ ସହିତ ତଳକୁ ବୋହି ନିଆଯାଇଥିଲା । ଅନେକ ରୋଗୀଙ୍କଠାରେ ଲାଗିଥିବା ଭେତ୍ତଣ୍ଟିଲେଟର୍ ଦୌଡ଼ାଦୌଡ଼ିରେ ଖସିପଡ଼ିଥିଲା । ଫଳରେ ସେମାନେ ଶ୍ୱାସକ୍ରିୟାକୁ ନେଇ ଅସୁବିଧା ଭୋଗିଥିଲେ । ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଏହା ସତ୍ତେ୍ୱ ରୋଗୀମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ୍ରେ ସ୍ଥାନାନ୍ତର କରାଯାଇଥିଲା । ରୋଗୀମାନଙ୍କୁ ସ୍ଥାନାନ୍ତର କରିବାରେ ପାଖାପାଖି ୫୦ରୁ ଅଧିକ ଆମ୍ବୁଲାନସ୍ ଓ ଗୋଟିଏ ବସ୍ ନିୟୋଜିତ ହୋଇଥିଲା ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।
କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଅଗ୍ନିଶମ ଅତିରିକ୍ତ ଡିଜିପି ସତ୍ୟଜିତ ମହାନ୍ତି, ପୁଲିସ କମିସନର ଡଃ ସୁଧାଂଶୁ ଷଡ଼ଙ୍ଗୀ, କଟକ ଡିସିପି ପ୍ରତୀକ ସିଂ, ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଅପରାହ୍ନ ୪ଟା ବେଳେ ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା ।
ସଦ୍ଗୁରୁ ହସ୍ପିଟାଲ୍ର ଫାୟାର ସେଫ୍ଟି ସାର୍ଟିଫିକେଟ୍ ନଥିବା ରାଜ୍ୟ ଅଗ୍ନିଶମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସଦ୍ଗୁରୁ ହସ୍ପିଟାଲ୍କୁ ଫାୟାର୍ ଲାଇସେନ୍ସ ଦିଆଯାଇନଥିବା ସୂଚନା ଦେଇ ଚିଫ୍ ଫାୟାର୍ ଅଫିସର୍ ସୁକାନ୍ତ ସେଠୀ କହିଛନ୍ତି ଯେ, ଫାୟାର ଲାଇସେନ୍ସ ପାଇଁ ହସ୍ପିଟାଲ୍ ପକ୍ଷରୁ ଆବେଦନ କରାଯାଇଥିଲା । ଏହା ପରେ ଏକ ଟିମ୍ ସେଠାରେ ଯାଂଚ୍ ମଧ୍ୟ କରିଥିଲେ । ହେଲେ କିଛି ବୈଷୟିକ ତ୍ରୁଟି ରହିଯାଇଥିବାରୁ ଓ ଏହାକୁ ସୁଧାରିବାର ଆବଶ୍ୟକତା ଥିବାରୁ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଲାଇସେନ୍ସ ଦିଆଯାଇନଥିଲା । ଫାୟାର ସେଫ୍ଟି ପାଇଁ ଆବଶ୍ୟକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସଦ୍ଗୁରୁ ହସ୍ପିଟାଲ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ୍ ମଧ୍ୟ ଦିଆଯାଇଥିଲା । ଅନ୍ୟପଟେ କିନ୍ତୁ ଆଜି ହସ୍ପିଟାଲ୍ରେ ନିଅାଁ ଲାଗିବା ବେଳେ ସେଠାରେ ଫାୟାର ସେଫ୍ଟି ଉପକରଣ କାମ କରିଥିଲା । ଫଳରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଆଲର୍ଟ ହେବା ସହିତ ନିଅାଁକୁ ଆୟତ୍ତ ମଧ୍ୟ କରିପାରିଥିଲେ । ଏପରିକି ଆଇସିୟୁ ଭିତରୁ ନିଅାଁ ବାହାରକୁ ବିଲ୍କୁଲ୍ ଆସିନଥିଲା । ଏହି ନିଅାଁ ଲାଗିବା ପଛରେ ଏସିରୁ ସଟ୍ସର୍କିଟ୍ ହୋଇଥିବା ଆଶଙ୍କା କରାଯାଉଛି । ଅକ୍ସିଜେନ୍ ସିଲିଣ୍ଡର୍ ଭଳି ଅନ୍ୟ କାରଣ ବି ଥାଇପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି । କିଛି ଦିନ ତଳେ ରାଜ୍ୟର ସବୁୂ କୋଭିଡ୍ ହସ୍ପିଟାଲର ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଥିବା ବେଳେ ସଦ୍ଗୁରୁ ହସ୍ପିଟାଲର ଫାୟାର ସେପ୍ଟି ସାର୍ଟିଫିକେଟ୍ ନରହିବା କଥା ତଥ୍ୟାଭିଜ୍ଞ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.