ବିପୁଳ ପରିମାଣର ବିଦେଶୀ ମଦ ଜବତ, ୨ଗିରଫ

Get real time updates directly on you device, subscribe now.

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟାରେ ଦିଗପହଣ୍ଡି ଥାନା ଅଧୀନ ଗୋକର୍ଣ୍ଣ ପୁର ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ । ଅବକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଜବତ କରିଛନ୍ତି ।
ଗାଁର ୨ ଟି ଘରେ ବିକ୍ରି ପାଇଁ ମହଜୁଦ ଥିବା ବିଭିନ୍ନ କମ୍ପାନୀ ନିର୍ମିତ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ବିଦେଶୀ ବୋତଲ ଗୁଡ଼ିକୁ ଜବତ କରାଯାଇଥିଲା । ବିନା ଲାଇସେନ୍ସରେ ଗାଁରେ ବେଧଡକ ବିଦେଶୀ ମଦ ବିକ୍ରି କରୁଥିବା ନରସିଂହ ଦାସ ଏବଂ ଶ୍ୟାମ ସୁନ୍ଦର ରେଡ୍ଡୀକୁ ଅବକାରୀ କର୍ମଚାରୀ ଗିରଫ କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons