ନୀଳଗିରି: ୨ଟି ପୃଥକ ଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତ ଗିରଫ। ନୀଳଗିରି ଥାନା ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ପୁଲିସ୍ ସୂଚନା ଅନୁସାରେ ନୀଳଗିରି ଥାନା ଅଧିନ ଭିମେଇ ଅଞ୍ଚଳର ଜଣେ ନାବାଳିକାକୁ ଶ୍ରୀଦେଇପୁର ଅଞ୍ଚଳର ଶମ୍ବୁଜେନା ନାମକ ଜଣେ ଯୁବକ ଅପହରଣ କରିଥିଲା। ବହୁ ଖୋଜାଖୋଜି ପରେ ସୋର ଥାନା ଅଧିନ ହରିପୁର ଅଞ୍ଚଳରୁ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଥିଲା। ଅପହରଣ କରି ନେଇ ପୀଡିତାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି।
ସେହିପରି କିଛିଦିନ ତଳେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନ କେନ୍ଦୁମୁଣ୍ଡି ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳକକୁ ଅପହରଣ କରାଯାଇଥିଲା। ଅପହରଣକାରୀ ସାରୁପାଳ ଅଞ୍ଚଳର ନିଜ ସଂପର୍କୀୟ ଘରେ ପୀଡିତାଙ୍କୁ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା। ବର୍ତ୍ତମାନ ନୀଳଗିରି ପୁଲିସ୍ ୨ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed, but trackbacks and pingbacks are open.