ଜୀବନକୁ ବାଜି ଲଗାଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଅଙ୍ଗନବାଡ଼ି ଦିଦି

Get real time updates directly on you device, subscribe now.

ମାଲକାନଗିରି: ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତିି ଅଙ୍ଗନବାଡି ଦିଦି। ନଦୀରେ ପାଣି ଉଚ୍ଛୁଳିଛି। ଥଳକୂଳ ପାଉ ନାହିଁ। ସେଥିରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଉଛନ୍ତି ଦିଦିମାନେ। ପ୍ରତିଦିନ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଦୁଇ ଅଙ୍ଗନବାଡି ଦିଦି। ଚିତ୍ରକୋଣ୍ଡା ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଯାହା କି ବର୍ଷା ଦିନେ ବିଭିନ୍ନ ଗ୍ରାମ ବିଛିନ୍ନ ହୋଇଯାଏ। ହେଲେ ସୁଆପାଲି ଓ ନେରୁଡ଼ପାଲିର ଦୁଇ ଅଙ୍ଗନବାଡି ଦିଦି ହେମଲତା ଶୀଶା ଓ ପ୍ରମିଳା ପାନେଲ ପ୍ରଖର ସ୍ରୋତରେ ଗଭୀର ନଦୀ ପାରି ହୋଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେମିତି ଆଗେଇ ଯାଇଛନ୍ତି ତାହାର ଦୄଶ୍ୟ ଦେଖନ୍ତୁ। ଲାଉ ତୁମ୍ଭା ମାଧ୍ୟମରେ ନାଳ ପାର ହୋଇ ଅଙ୍ଗନବାଡି ସେଣ୍ଟରରେ ପହଞ୍ଚିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons