ଚମ୍ପୁଆ, (ବି.ବି.ନୁ୍ୟଜ୍): ଜଙ୍ଗଲକୁ ଝାଡ଼ୁ କାଟିବାକୁ ଯାଇଥିବା ଜଣେ ମହିଳା ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ତାଙ୍କ ସାଙ୍ଗରେ ଥିବା ଅନ୍ୟ ତିନି ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡିଛି । ମୃତକ ଜଣକ ହେଲେ ବାସୁମତୀ ସର୍ଦ୍ଧାର(୫୦) । ମିଳିଥିବା ସୂଚନା ଅନୁସାରେ ଯୋଡ଼ା ବ୍ଲକ ଅନ୍ତର୍ଗତ ତିତିରବିଲ ଗ୍ରାମର ଚାନ୍ଦୁ ମୁଣ୍ଡା, ସାବିତ୍ରୀ ସର୍ଦ୍ଧାର, ସିନି ମୁଣ୍ଡା ଏବଂ ବାସୁମତୀ ସର୍ଦ୍ଧାର ବୁଧବାର ଚମ୍ପୁଆ ନିକଟସ୍ଥ ବସାସାହି ଜଙ୍ଗଲକୁ ଝାଡୁ କାଟିବାକୁ ଯାଇଥିଲେ । ଝାଡୁ କାଟୁଥିବା ସମୟରେ ହଠାତ୍ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ୩ ଜଣ ଦୌଡ଼ି ପଳାଇଯିବାରୁ ବର୍ତ୍ତି ଯାଇଥିଲେ ହେଁ ଗୁରୁତର ଆହତ ହୋଇଥିଲେ । ବାସୁମତୀ ସର୍ଦ୍ଧାର ମହୁମାଛି କବଳରୁ ନିଜକୁ ରକ୍ଷା କରି ନ ପାରି ଘଟଣାସ୍ଥଳରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ବାସୁମତୀଙ୍କୁ ମୃତ ଘୋଷଣା କରିଥିଲେ ।


Comments are closed, but trackbacks and pingbacks are open.