ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି ଜବତ

Get real time updates directly on you device, subscribe now.

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ କାଠ ମାଫିଆ ସକ୍ରିୟ ଖବର ନ୍ୟୁଜ୍ ୭ରେ ପ୍ରସାରଣ ପରେ ଏବେ ଆକ୍ସନ ମୁଡ଼କୁ ଆସିଛି ବନ ବିଭାଗ । ବିଳମ୍ବିତ ରାତିରେ ମଲ୍ଲୀପଶି ବିଟ୍ ଘୁଣ୍ଟିଝରି ଗ୍ରାମ୍ୟ ଜଙ୍ଗଲରେ ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି କଟା ଯାଇ ରଖାଯାଇଥିବା ବେଳେ ଚଢ଼ାଉ କରିଥିଲା ବନ ବିଭାଗ । ଉକ୍ତ କାଠକୁ ଜବତ କରିଛି ବନ ବିଭାଗ ।
ବନ ବିଭାଗ କର୍ମଚାରୀକୁ ଦେଖି ଘଟଣାସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ବେଳେ ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons