ବାପା, ମାଆ ଓ ଝିଅ ମୃତ

Get real time updates directly on you device, subscribe now.

ଧର୍ମଶାଳା,(ବି.ବି.ନୁ୍ୟଜ୍): ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥର ନେଉଳପୁର ଓଭରବି୍ରଜ୍ ନିକଟରେ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାପା, ମାଆ ଓ ଝିଅର ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ଏଭଳି ଘଟଣା ଜଣାପଡ଼ିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ମୁତାବକ ଆଜି ଅପରାହ୍ଣରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଂଚଳରୁ ରୋଗୀ ନେଇ ଏକ ଘରୋଇ ଆମ୍ବୁଲାନ୍ସ (ଓଡି ୨୨ଏମ୍ ୪୯୫୭) କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ଯାଉଥିଲା । ଏହି ରାସ୍ତାରେ ଏକ କଳା ରଙ୍ଗର ବାଜାଜ ଡିସ୍କଭର ବାଇକ୍ରେ କଟକ ବିଡ଼ାନାସୀ ଅଂଚଳର ଶଙ୍କର୍ଷଣ ସାହୁ(୪୦), ମାମିନା ସାହୁ(୩୫) ଓ ତାଙ୍କ ଝିଅ ସଂପୂର୍ଣ୍ଣା(୬) ଯାଉଥିଲେ । ଅସାବଧାନତାବଶତଃ ଆମ୍ବୁଲାନ୍ସ ଡ୍ରାଇଭର ବାଇକ୍କୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଶଙ୍କର୍ଷଣ, ମାମିନା ଓ ସଂପୂର୍ଣ୍ଣାଙ୍କର ମୃତୁ୍ୟ ଘଟିଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଉତ୍ତ୍ୟକ୍ତ ଲୋକେ ରୋଗୀଙ୍କୁ ଓହ୍ଲାଇ ଦେଇ ଆମ୍ବୁଲାନ୍ସରେ ନିଅାଁ ଲଗାଇ ଦେଇଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ ପହଂଚି ନିଅାଁକୁ ଆୟତ୍ତ କରିଥିଲେ । ଏହା ପରେ ଆମ୍ବୁଲାନ୍ସରେ ଆସିଥିବା ରୋଗୀଙ୍କୁ ଏକ ଗାଡ଼ିରେ ବଡ଼ଚଣା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିଲା । ସେହିପରି ଅନ୍ୟ ଏକ ଗାଡ଼ିରେ ଶଙ୍କର୍ଷଣ, ମାମିନା ଓ ସଂପୂର୍ଣ୍ଣାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି । ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons