ବାଲେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ ଧୀରେ ଧୀରେ ନିଷ୍କ୍ରୟ ହେବାକୁ ଲାଗିଲାଣି। ଏହି ସମୟରେ ଆଦିତ୍ୟଙ୍କ ଏକ୍ସ ଗାର୍ଲ ଫ୍ରେଣ୍ଡ୍ ବା ପୂର୍ବତନ ପ୍ରେମିକା ଚିନ୍ମୟୀ କ୍ରାଇମ ବ୍ରାଞ୍ଚ ନିକଟରେ ହାଜର ହୋଇ ଫେରିଛନ୍ତି। ତାଙ୍କୁ ଦୀର୍ଘ ଦୁଇ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଜେରା କରିଥିବା ଚିନ୍ମୟୀ କହିଛନ୍ତି। ଗତ ୧୮ ତାରିଖରେ ସେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। ସେଠାରେ ୩ ଜଣ ଅଧିକାରୀ ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ଚିନ୍ମୟୀ ତାଙ୍କ ଓକିଲଙ୍କୁ ସାଙ୍ଗ ଧରି ସେଠାକୁ ଯାଇଥିଲେ। ଏ ନେଇ ଆମ ପ୍ରତିନିଧି ତାଙ୍କ ସହ କଥା ହୋଇଥିଲେ। ସେ କହିଥିଲେ, ମୋତେ କ୍ରାଇମ୍ ବ୍ରାଞ୍ଚ ଡାକି ନଥାଆନ୍ତେ, ଯେହେତୁ ଗଣମାଧ୍ୟମର ଚାପ ରହିଲା, ସେଥିପାଇଁ ସେମାନେ ମୋତେ ଡାକିଛନ୍ତି।


Comments are closed, but trackbacks and pingbacks are open.