ଭୋଗରାଇ: ଲାଞ୍ଚ ନେବା ବେଳେ ମାଡି ବସିଲେ ଭିଜିଲାନ୍ସର କର୍ମଚାରୀ। ପାସ୍ପୋର୍ଟ କରି ଦେବ କହି ୬୦୦ ଟଙ୍କା ଲାଞ୍ଚ ନେଉଥିଲେ ବାଲେଶ୍ବର ଜିଲ୍ଲା ବସ୍ତା ଥାନାର ହୋମଗାର୍ଡ ଚନ୍ଦ୍ର ମୋହନ ନାୟକ। ସେ ବସ୍ତା ଥାନାରେ ଡାଟା ଏଣ୍ଟ୍ରି ଭାବେ କାର୍ୟ୍ୟ କରନ୍ତି। ଏହା ପୂର୍ବରୁ ମଧ୍ୟ ଚନ୍ଦ୍ର ମୋହନଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି। ଜଣେ ବ୍ୟକ୍ତିଙ୍କୁ ପାସପୋର୍ଟ କରାଇ ଦେବ କହି ଟଙ୍କା ମାଗିଥିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡିଥିଲେ ଚନ୍ଦ୍ର। ସଂପୃକ୍ତ ହୋମଗାର୍ଡଙ୍କୁ ଭିଜିଲାନ୍ସ ଗିରଫ କରିଛି।


Comments are closed, but trackbacks and pingbacks are open.