ରାଜଧାନୀରୁ ପୁଣି ଧଳା ଜହର ଜବତ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବର ବ୍ରାଉନ ସୁଗାର ଚୋରା ଚାଲାଣକାରୀଙ୍କ ଆଡ୍ଡା ପାଲଟିଗଲାଣି । ଅଧିକାଂଶ ସମୟରେ ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରୁଛି । କେତେକ ଚୋରାଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହେଉଛି । ସେହିପରି ସୋମବାର ମଧ୍ୟ କମିଶନରେଟ୍ ପୋଲିସ ବ୍ରାଉନ ସୁଗାର ଜବତ କରିଛି ।
ରବିବାର କ୍ୟୁଏଟି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହାସହ ଧଳାଜହର କାରବାର କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ଡୁମୁଡୁମା ଓ ଖୋର୍ଦ୍ଧା ଭାଲିଆବାଡିରୁ ଗିରଫ କରାଯାଇଥିବା ସୁଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons