ଚୋରା ଚାଲାଣ ବେଳେ ପ୍ରାୟ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ମୋହନା: ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଛକରେ ଚୋରା ଚାଲାଣ ବେଳେ ଚଢାଉ କରି ୫ କ୍ବିଣ୍ଟାଲ ୭୮ କେ.ଜି. ଗଞ୍ଜେଇ ସହ ଟ୍ରକ୍ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।
ଏହାସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ବୀରେନ୍ଦ୍ର ଯାଦବ ଓ ରୂପେଶ କୁମାର ଯାଦବ । ଟ୍ରକଟି ଅଡବା ଥାନା ବିରିକୋଟ ଅଞ୍ଚଳରୁ ଆସୁଥିଲା । ସେହି ସମୟରେ ମୋହନା ଥାନା ପୋଲିସ ପକ୍ଷରୁ ରାଇସିଂ ଛକରେ ପାଟ୍ରୋଲିଂ ଚାଲିଥିଲା । ଟ୍ରକ୍ ଯାଞ୍ଚ ବେଳେ ୨୨ ବସ୍ତା ଗଞ୍ଜେଇ ଜବତ ହୋଇଥିଲା
ଏହି ଗଞ୍ଜେଇ ବିରିକୋଟ ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ମୋହନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons